ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାମେବାରୀ ଥାନା କନକନା ଗାଁରେ ଅଘଟଣ; ପିଚୁ କଡେଇରେ ପଡି ୩ଶିଶୁ ଗୁରୁତର

କେନ୍ଦୁଝର: ପିଚୁ କଡେଇରେ ପଡ଼ି ୩ ଶିଶୁ ଗୁରୁତରଭାବେ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗାଁରେ । ରାସ୍ତା କାମ ପାଇଁ ଥିବା ପିଚୁ କଡେଇରେ ଅସାବଧାନତା ହେତୁ ୩ ଶିଶୁ ପଡ଼ିଯାଇଥିବା ଜଣାପଡିଛି । ସମସ୍ତ ଆହତ ଶିଶୁମାନଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁସାରେ , କନକନା ଗାଁର ରାସ୍ତା କାମ ଚାଲୁଥିଲା। ଗତକାଲି ହୋଲି ପାଇଁ ରାସ୍ତା କାମ ବନ୍ଦ ଥିଲା। ଆଜି ସକାଳେ ରାସ୍ତାକଡ଼ରେ ଥିବା ପିଚୁକଡେଇ ନିକଟରେ କିଛି ପିଲା ଖେଳୁଥିଲେ। ଖେଳୁ ଖେଳୁ ଦୁଇ ଜଣ ପିଲା ଆସାବଧାନ କାରଣରୁ ପିଚୁକଡେଇରେ ପଡ଼ି ଯାଇଥିଲେ। ଆଉ ଜଣେ ଶିଶୁ ସେମାନଙ୍କୁ ଉଦ୍ଧାର କରି ସେ ମଧ୍ୟ ପଡ଼ିଯାଇଥିଲେ। ଗାଁ ଲୋକେ କିରୋସିନ ଢ଼ାଳି ପିଲାମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୌଭାଗ୍ୟବଶତଃ ରାସ୍ତା କାମ ବନ୍ଦଥିବାରୁ ପିଚୁ କଡ଼େଇ ଗରମ ନଥିବାରୁ ପିଲାଙ୍କ ବିଶେଷ କ୍ଷୟକ୍ଷତି ହୋଇନାହିଁ ।

Leave A Reply

Your email address will not be published.