ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶରଧାବାଲିରେ ପହଞ୍ଚିଲେ ତିନିରଥ

ପୁରୀ: ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଛି ଘୋଷ ଯାତ୍ରା । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିବା ରଥଟଣା ସମୟ ପୂର୍ବରୁ ସରିଛି । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା । ପରେ ପରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା ସୁଭଦ୍ରାଙ୍କ ଦେବଦଳନ ରଥ ।

ପଛରେ ଘର୍ଘର ନାଦରେ ଆସୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି । ପହଣ୍ଡିରୁ ନେଇ ରଥଟଣା ସବୁକିଛି ଶାନ୍ତିଶୃଙ୍ଖଳା ମଧ୍ୟରେ ସରିଛି । କ୍ରମାଗତ ଦ୍ୱିତୀୟ ବର୍ଷ ମହାମାରୀ କରୋନା ପାଇଁ ଭକ୍ତ ରହିତ ଭାବେ ପାଳନ ହେଉଛି ରଥଯାତ୍ରା । ବଡ଼ଦାଣ୍ଡରେ ବିନା ଭକ୍ତରେ ଚାଲିଛି ପ୍ରଭୁ କାଳିଆଙ୍କ ଲୀଳା ଖେଳା ।

ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି । ବଡ଼ଦାଣ୍ଡକୁ ଆସିବା ଲାଗି ସମସ୍ତଙ୍କୁ ବାରଣ କରାଯାଇଛି । କରୋନା କଟକଣା ମଧ୍ୟରେ ଚାଲିଛି ସମସ୍ତ ନୀତିକାନ୍ତି ।

Leave A Reply

Your email address will not be published.