ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତିନି ରଥରେ ଆଜ୍ଞାମାଳ ଲାଗି ପରେ ଦକ୍ଷିଣ ମୋଡ଼ ଆରମ୍ଭ

ପୁରୀ:ଆସନ୍ତା ୨୦ ତାରିଖରେ ବାହୁଡା ଯାତ୍ରା। ଜନ୍ମ ବେଦୀରେ ଲୀଳାଖେଳା କରୁଥିବା ମହାପ୍ରଭୁ ବାହୁଡା଼ରେ ରତ୍ନବେଦୀ ଅଭିମୁଖେ ଯାତ୍ରା କରିବେ। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଶନିବାର ତିନିରଥର ଦକ୍ଷିଣ ମୋଡ କରାଯାଉଛି। ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାର ସମ୍ମୁଖରେ ଥିବା ତିନିରଥଙ୍କୁ ନାକଚଣା ଦ୍ବାରକୁ ନିଆଯାଉଛି। ଶନିବାର ଗୁଣ୍ଡିଚା ମନ୍ଦିରରେ ଥିବା ତିନିଠାକୁରଙ୍କଠାରୁ ତିନିବାଡର ପୂଜାପଣ୍ଡା ଆଜ୍ଞାମାଳ ଆଣି ତିନିରଥରେ ପ୍ରଦାନ କରିଥିଲେ। ଏହାପରେ ବିଜେ କାହାଳୀ ବାଜିଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ ଆରମ୍ଭ ହୋଇଥିଲା। ପୁଲିସ କର୍ମଚାରୀ ରଥ ଟାଣିଥିଲେ। ଅପରାହ୍ନ ପ୍ରାୟ ୨ଟା ସୁଦ୍ଧା ଦେବଦଳନ ରଥ ନାକଚଣା ଦ୍ବାରରେ ଲାଗିଥିଲା। ଏହାପରେ ତାଳଧ୍ଵଜ ଓ ଶେଷରେ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ କରାଯିବ।

Leave A Reply

Your email address will not be published.