ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋର୍ଟ ଭିତରେ ଅଭିଯୋଗକାରୀଙ୍କୁ ଧମକ , ‘ଜେଲ୍‍ରୁ ବାହାରିଲା ପରେ ଦେଖିନେବି’

ଭୁବନେଶ୍ୱର : ଭୁବନେଶ୍ୱର କୋର୍ଟ ଭିତରେ ଜଣେ ଅଭିଯୁକ୍ତର ଧମକ ଦେଇଛନ୍ତି। ପୁଲିସ ଏବଂ ଓକିଲଙ୍କ ଉପସ୍ଥିତରେ ଅଭିଯୁକ୍ତ ଅଭିଯୋଗକାରୀଙ୍କୁ ଗାଳିଗୁଲଜ କରିଥିବା ଦେଖିବାକୁ ମିଳିଛି। ଏପରିକି ଜେଲ୍‍ରୁ ବାହାରିବା ପରେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି। ଶେଷରେ ଏନେଇ ଅଭିଯୋଗକାରୀ ଅର୍ଚ୍ଚନା ଜେନା ବଡ଼ଗଡ଼ ଥାନାରେ ଆଉଏକ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ନାମରେ ଆଉ ଏକ ମାମଲା ରୁଜୁ କରିଛି। ମିଳିଥିବା ଅଭିଯୋଗ ଅନୁସାରେ, ପାହଳରେ ରହୁଥିବା ଅର୍ଚ୍ଚନା ଏବଂ ତାର ଭାଇ ସମରେନ୍ଦ୍ରାଙ୍କୁ ଗଙ୍ଗାଧର ଜେନା ନାମକ ଜଣେ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କଲେ।

ଏନେଇ ଗତ ଫେବୃୟାରୀ ୧୧ତାରିଖରେ ବାଲିଅନ୍ତା ଥାନାରେ ଅଭିଯୋଗ ହେବା ପରେ ପୁଲିସ ୨ଟି ମାମଲା ରୁଜୁ କରିଥିଲା। ଥାନାକୁ ମାମଲା ଉଠାଇ ନେବାକୁ ଗଙ୍ଗାଧର ସବୁଦିନ ତାଙ୍କ ଘରକୁ ଆସି ଧମକ ଦେବା ସହ ଗାଳିଗୁଲଜ କରି ଯାଉଥିଲା। ଶେଷରେ ବାଲିଅନ୍ତା ଥାନା ପୁଲିସ ଗତ ୬ ତାରିଖରେ ଗଙ୍ଗାଧରଙ୍କୁ ଗିରଫ କରିଥିଲା। ଏହା ଶୁଣିବା ପରେ ଅର୍ଚ୍ଚନା କୋର୍ଟକୁ ଯାଇଥିବା ବିଚାରପତିଙ୍କ ଆଗରେ ହାଜର ହେବା ପାଇଁ। ଗଙ୍ଗାଧର ସିଏସ୍‍ଆଇ କୋର୍ଟରେ ହାଜର ହେବା ସମୟରେ ଅଭିଯୋଗକାରୀ ଅର୍ଚ୍ଚନା ସହ ଭେଟ ହୋଇଥିଲା। ଅଭିଯୁକ୍ତ ତାଙ୍କୁ ଦେଖି ଗାଳିଗୁଲଜ କରିବା ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା।

Leave A Reply

Your email address will not be published.