ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରୁଷ ଓ ୟୁକ୍ରେନ ଯୁଦ୍ଧ: ବଢିଲା ପରମାଣୁ ଯୁଦ୍ଧ ଆଶଙ୍କା, ପରମାଣୁ ଅସ୍ତ୍ର ସହ ଅଭ୍ୟାସ ଆରମ୍ଭ କଲେ ରୁଷ ସେନା

ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ୭୦ ଦିନରେ ପହଞ୍ଚି ଯାଇଛି। ଏହା ଯେତେ ବିଳମ୍ବ ହେଉଛି ରୁଷର ଆର୍ଥିକ ସ୍ଥିତି ସେତେ ଦୁର୍ବଳ ହେଉଛି । ଇତି ମଧ୍ୟରେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ନେଇ ରୁଷ ପ୍ରସ୍ତୁତ ହେଉଥିବା ରିପୋର୍ଟ ପ୍ରକାଶ ପାଇଛି । ରୁଷ ସେନା ଏବେ ପରମାଣୁ ମିସାଇଲ ସହ ଅଭ୍ୟାସ ଆରମ୍ଭ କରିଛନ୍ତି । କୃତ୍ରିମ ଅଭ୍ୟାସରେ ୬ଟି ଶତ୍ରୁ ଶିବିରରେ ରୁଷ ସେନା ସଫଳତା ପୂର୍ବକ ଆକ୍ରମଣ କରିବା ଅଭ୍ୟାସ କରିଥିଲେ । ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରମୁଖ ସେନା ଅଧିକାରୀ ସାମିଲ ହୋଇଥିଲେ ।

ରୁଷର ଏହି ପଦକ୍ଷେପ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ସୃଷ୍ଟି କରିପାରେ ବୋଲି ସମୀକ୍ଷକମାନେ କହିଛନ୍ତି । ୟୁକ୍ରେନ ମଧ୍ୟ ବାରମ୍ବାର ପରମାଣୁ ଆକ୍ରମଣ ନେଇ ନାଗରିକମାନଙ୍କୁ ଚେତାଇ ଆସୁଛନ୍ତି । ରୁଷକୁ ଏହି ପଦକ୍ଷେପରୁ ନିବୃତ କରିବା ପାଇଁ ଆଲୋଚନା ହେବା ଉଚିତ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି । ୭୦ ଦିନ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ୧୦୦ କୋଟିରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିସ୍ଥାପିତଙ୍କ ସଂଖ୍ୟା ସର୍ବାଧିକ ବୋଲି କୁହାଯାଉଛି।

Leave A Reply

Your email address will not be published.