ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏଥର ପ୍ରତି ରାଜ୍ୟକୁ ୪୦୦ ଟଙ୍କାରେ ମିଳିବ କୋଭାକ୍ସିନ

ନୂଆଦିଲ୍ଲୀ: କୋଭିସିଲଡ ପରେ କମିଲା କୋଭାକ୍ସିନ । ସେରମ ଇନଷ୍ଟିଚ୍ୟୁଟ ଦର କମାଇବା ପରେ ଭାରତ ବାଓଟେକ ମଧ୍ୟ ଦର କମାଇଛି । ରାଜ୍ୟ ପ୍ରତି ଡୋଜ ପିଛା ୬୦୦ ଟଙ୍କା ଥିବା ବେଳେ ୨୦୦ ଟଙ୍କା ହ୍ରାସ କରିଛି କମ୍ପାନୀ । ନୂଆ ଦର ମୁତାବକ ଏଥର ପ୍ରତି ରାଜ୍ୟକୁ ୪୦୦ ଟଙ୍କାରେ ମିଳିବ କୋଭାକ୍ସିନ । ଦର ୨୦୦ ଟଙ୍କା ହ୍ରାସ ଘଟିଥିବା ନେଇ ଆଜି ଭାରତ ବାଓଟେକ ଏନେଇ ଘୋଷଣାପତ୍ର ଜାରି କରିଛି ।

ଦୁଇଦିନ ତଳେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମଧ୍ୟ ପୂର୍ବ ଦର କମାଇଥିବା । ଡୋଜ ପିଛା ପ୍ରତି ରାଜ୍ୟ ପାଇଁ ୪୦୦ ଟଙ୍କା କମ୍ପାନୀ ଧାର୍ଯ୍ୟ କରିଥିବାବେଳେ ପରବର୍ତ୍ତୀ ସମୟରେ ୧୦୦ ଟଙ୍କା କମାଇଥିଲା କମ୍ପାନୀ । ଖୋଲା ବଜାରରେ କେନ୍ଦ୍ର ସରକାର ଟିକା ପ୍ରଦାନ କରିବା ନେଇ ଘୋଷଣା କରିବା ପରେ ଦୁଇ ଟିକା ପ୍ରସ୍ତୁତକାରୀ କମ୍ପାନୀ ନିଜ ନିଜର ଧର ଧାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.