ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଝରକା ଗ୍ରୀଲ ତାଡି ଘରୁ ନଗଦ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସହ ୨୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ଜଳେଶ୍ୱର: ଘରେ କେହି ନଥିଲା ବେଳେ ଦିନ ଦିପହରରେ ଝରକା ଗ୍ରୀଲ ତାଡି ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସହିତ ପ୍ରାୟ ୨୫ ଲକ୍ଷ ଟଙ୍କାର ସୁନାଗହଣା ଚୋରି କରିନେଲେ ଦୁର୍ବୃତ୍ତ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ପଥରାପୁର ଗ୍ରାମର ପୂର୍ବତନ ଇଲେକ୍ଟ୍ରି କାର୍ଯ୍ଯନିର୍ବହୀ ଅଧିକାରୀ ଅଭିଳାଷ ଦାସ ବେଙ୍ଗଳୁରୁ ପୁଅ ପାଖକୁ ଡ଼ାକ୍ତର ଦେଖେଇବାକୁ ଯାଇଥିଲାବେଳେ ତାଙ୍କ ସ୍ତ୍ରୀ କଳ୍ପନା ଦାସ ସ୍କୁଲକୁ ଯାଇଥିଲେ। ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଘରର ପଛ ପଟ ଠାକୁର ଘର ଝରକାର ଗ୍ରୀଲ ତାଡି କବାଟ ଭାଙ୍ଗି ଘରଭିତରେ ପ୍ରବେଶ କରି ଆଲମିରା ଭାଙ୍ଗି ପ୍ରାୟ ଏକ ଲକ୍ଷ ଟଙ୍କା ସହିତ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନାଗହଣା ଚୋରି କରି ନେଇଛନ୍ତି। ତେବେ ସନ୍ଧ୍ୟା ସମୟରେ କଳ୍ପନା ଘରକୁ ଫେରି ଦେଖିଲା ବେଳକୁ ଘର ଭିତରେ ସମସ୍ତ ଆଲମିରା ଭଙ୍ଗା ହୋଇଥିବା ସହିତ ସମସ୍ତ ଜିନିଷ ଏଣେତେଣେ ଫିଙ୍ଗା ହୋଇଥିବା ଦେଖି ଜଳେଶ୍ୱର ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.