ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଦ୍ୟାଳୟରେ ରାତ୍ର ଜଗୁଆଳୀକୁ ତାଲା ପକାଇ ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଲୁଟିଲେ ଦୁର୍ବୁତ୍ତ

କାମାକ୍ଷାନଗର : କାମାକ୍ଷାନଗର ଥାନା ବାଉଁଶପାଳ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ରାତ୍ର ଜଗୁଆଳିଙ୍କୁ ତାଲା ପକାଇ ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଲୁଟିଲେ ଦୁର୍ବୁତ୍ତ । ରାତ୍ର ଜଗୁଆଳି ରାଜୀବ ବିଶ୍ୱାଳ ଶୋଇଥିବା ବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଆସି ପ୍ରଥମେ ତାଙ୍କୁ ତାଲା ପକାଇ ଦେଇଥିଲେ । ପରେ ଦୁର୍ବୁତ୍ତ ମାନେ ବିଜ୍ଞାନ ଶ୍ରେଣୀ ଗୃହରେ ଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ୨ଟି କମ୍ପ୍ୟୁଟର, ଗୋଟିଏ ପ୍ରିଣ୍ଟର, ଗୋଟିଏ ଜେରେକ୍ସ ମେସିନ ଏବଂ ଗୋଟିଏ ଇନଭର୍ଟରକୁ ଚୋରି କରି ନେଇ ଯାଇଥିଲେ । ସକାଳେ ଖବର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ରାତ୍ର ଜଗୁଆଳିକୁ ଉଦ୍ଧାର କରିଛନ୍ତି । ଏବଂ ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜନ କୁମାର ସାହୁ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ତନାଘନା ଜାରି ରଖିଛି ।

Leave A Reply

Your email address will not be published.