ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଡି ଚୋରି କରି ବିକୁଥିଲା, ଧରାପଡି ଛେଚା ଖାଇଲା ଚୋର

ବାଲେଶ୍ଵର: ବାଲେଶ୍ଵର ସହରରେ ସୋମବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗାଡି ଚୋରି କରି ବିକୁଥିବା ବେଳେ ଗାଡି ମାଲିକଙ୍କ ହାତରେ ଧରାପଡି ଛେଚା ଖାଇଲା ଚୋର। ପରେ ଚୋରକୁ ଥାନାରେ ଜିମା ଦିଆଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ରବିବାର ଦିନ ବାଲେଶ୍ଵର ସହର ସର୍କିଟ ହାଉସ୍ ନିକଟରୁ ଜଣେ ଚୋର ବାଇକ୍ ଚୋରି କରି ନେଇ ପଳାଇଥିଲା। ପରେ ଗାଡି ମାଲିକ ନିଜର ଗାଡି ଖୋଜିଥିଲେ ମଧ୍ୟ ପାଇ ନ ଥିଲେ। ଥାନାରେ ମଧ୍ୟ ଏନେଇ ଏତଲା ଦେଇଥିଲେ। ତେବେ ସୋମବାର ଦିନ ଉକ୍ତ ସ୍ଥାନରେ ସକାଳୁ ଚୋର ଜଣକ ଗାଡିଟି ବିକ୍ରି କରିବାକୁ ଆଣିଥିବା ବେଳେ ଗାଡି ମାଲିକ ଓ ତାଙ୍କ ତାଙ୍କ ସାଙ୍ଗମାନଙ୍କ କବଜାରେ ଧରାପଡିଥିଲେ। ସେମାନେ ସଙ୍ଗେସଙ୍ଗେ ଚୋରକୁ କାବୁ କରିବା ସହ ବାଇକ୍ ଜବତ କରିଥିଲେ। କିଛି ଚୋରକୁ ପିଟି ଜବତ କରିବା ପରେ ଥାନାରେ ଜିମା ଦେଇଥିଲେ।

Leave A Reply

Your email address will not be published.