ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀ ବେଳାଭୂମିରେ ହେବ ନାହିଁ ମଦ କୁଡ଼ିଆ ଯୋଜନା, ବିରୋଧ ପରେ ପ୍ରକଳ୍ପ ବନ୍ଦ କଲେ ସରକାର

ଭୁବନେଶ୍ୱର: ପୁରୀ ସମୁଦ୍ର ବେଳାଭୂମିରେ ନିର୍ମାଣ ହେବ ନାହିଁ ମଦ କୁଡ଼ିଆ । ଏହାକୁ ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ବିଭିନ୍ନ ମହଲରୁ ବିରୋଧ ପରେ ପ୍ରକଳ୍ପ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଓଡ଼ିଶାର ୬ଟି ସ୍ବର୍ଣ୍ଣାଭ ବେଳାଭୂମିରେ ମଦ କୁଡ଼ିଆ ନିର୍ମାଣ ଲାଗି OTDC ଟେଣ୍ଡର ବାହାର କରିଥିଲା । ଗୋଆ ଭଳି ପୁରୀ ବେଳାଭୂମରେ ବିଚ୍ ସ୍ୟାକ୍ସ ଯୋଜନା କରାଯାଇଥିଲା । ଏହି ତାଲିକାରେ ରହିଥିଲା ବାଲେଶ୍ବରର ତଳସରା-ଉଦୟପୁର ବିଚ୍, ଚାନ୍ଦିପୁର, ଜଗତ୍‌ସିଂପୁରରର ପାରାଦୀପ, ପୁରୀ-କୋଣାର୍କ ମେରାଇନ ଡ୍ରାଇଭ, ଗଞ୍ଜାମର ପତିସୋନାପୁର ଓ ଗୋପାଳପୁର ବିଚ୍‌ରେ ୨୦ଟି ମଦ କୁଡ଼ିଆ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା ।

ଏହି ପ୍ରକଳ୍ପକୁ ନେଇ ପୁରୀରେ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା । ପୁରୀ ଭଳି ଏକ ଆଧ୍ୟାତ୍ମିକ କ୍ଷେତ୍ରରେ ବେଳାଭୂମିରେ ମଦ ବିକ୍ରିୟକୁ ବିରୋଧ କରିଯାଇଛି । ପୁରୀକୁ ଲୋକେ ତୀର୍ଥ କରିବା ପାଇଁ ଆସନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ସାନିଧ୍ୟ ପାଇଁ ଆସନ୍ତି । ତେଣୁ ପୁରୀ ବେଳାଭୂମି ଭଳି ଏକ ପବିତ୍ର ସ୍ଥାନରେ ମଦ ବିକ୍ରିକୁ ବିରୋଧ କରାଯାଇଛି । ଏହି ପ୍ରସ୍ତାବକୁ ବିରୋଧ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳ ଓ ଶଙ୍କରାଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ତେବେ ପୁରୀ ବେଳାଭୂମିରେ ଏଭଳି କୌଣସି ପ୍ରକଳ୍ପ ଆରମ୍ଭ ହେବାର ଯୋଜନା ନାହିଁ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

Leave A Reply

Your email address will not be published.