ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ରହିବ ନାହିଁ ଶିକ୍ଷକ ଅଭାବ: ପର୍ଯ୍ଯାୟ କ୍ରମେ ନିଯୁକ୍ତ ହେବେ ୫୩ ହଜାର ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ଅଭାବ ରହିବ ନାହିଁ। ଏନେଇ ଗୃହରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି- ରାଜ୍ୟରେ ପ୍ରଥମ ପର୍ଯ୍ଯାୟରେ ୧୦୭୫, ଦ୍ଵିତୀୟ ପର୍ଯ୍ଯାୟରେ ୩୪୬୧ ଓ ତୃତୀୟ ପର୍ଯ୍ଯାୟରେ ୨୩୩୬ ଉଚ୍ଚ ବିଦ୍ୟାଳୟ ରୂପାନ୍ତର ହୋଇଛି। ତେବେ ଛାତ୍ରଛାତ୍ରୀ ବଢ଼ୁଥିବାରୁ ଶ୍ରେଣୀ ଗୃହ ବୃଦ୍ଧି କରାଯାଉଛି । ମୋ ସ୍କୁଲ ଜରିଆରେ ୯୬୩, ସ୍କୁଲ ରୂପାନ୍ତର ଜରିଆରେ ୨୮୧୦ ଓ ସମଗ୍ର ଶିକ୍ଷା ଅଭିଯାନରେ ୨୦୦ ଶ୍ରେଣୀ ଗୃହ ବଢ଼ାଯାଇଛି । ରାଜ୍ୟରେ ୫୦ ହଜାର ୨୬୩ ସ୍କୁଲ ଅଛି । ଏଥିରୁ ୮ ହଜାର ୨୪ ହାଇସ୍କୁଲ ଓ ୪୨ ହଜାର ୨୩୯ ପ୍ରାଥମିକ ସ୍କୁଲ ଅଛି । ୧୩୫୧ ରୂପାନ୍ତର ସ୍କୁଲର ୧୧୦୧ରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ସରିଛି । ୨୫୦ ସ୍କୁଲରେ କାମ ଚାଲଛି । ୧୧ ହଜାର ଶିକ୍ଷକ ନିଯୁକ୍ତି ସରିଥିବାବେଳେ ୭ ହଜାର ଶିକ୍ଷକ ନିଯୁକ୍ତି ପାଇଁ ମାର୍ଚ୍ଚ ୧୦ରେ ପରୀକ୍ଷା ସରିଛି । ୬ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ସେହିପରି ରାଜ୍ୟରେ ସମୁଦାୟ ୫୩ ହଜାର ଶିକ୍ଷକ ନିଯୁକ୍ତି ହେବେ । ୨୦୨୬ ଜଣଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ୨୦୬୪ କିରାଣୀ ନିଯୁକ୍ତି ପାଇଁ ବି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ । ହାଇସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ କରିବାକୁ ପଞ୍ଚାୟତିରାଜ ବିଭାଗ ୨୮୦ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରିଛି । ମୋ ସ୍କୁଲ ଜରିଆରେ ୮୦୫.୧୪ କୋଟି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୫୭୮ କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ ରଖିଥିବା ନେଇ କହିଛନ୍ତି ମନ୍ତ୍ରୀ । ସେପଟେ ରାଜ୍ୟରେ ୧୦୨୪ ଯୁକ୍ତ ତିନି ବା ଡିଗ୍ରୀ କଲେଜ ଅଛି । ୨୯୩ ବ୍ଲକରେ ଯୁକ୍ତ ତିନି କଲେଜ ଥିବାବେଳେ ଅବଶିଷ୍ଟ ୨୧ ବ୍ଲକରେ ଡିଗ୍ରୀ କଲେଜ ଖୋଲିବାକୁ ବିଚାର ଚାଲିଥିବା ନେଇ ଗୃହକୁ ଅବଗତ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ।

Leave A Reply

Your email address will not be published.