ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ୟାଙ୍କ ଏଟିଏମ୍‌ ଅପେରଟରଙ୍କୁ ଆର୍‌ବିଆଇର ନିର୍ଦେଶ : ଏଟିଏମ୍‌ରେ ହେବ କାର୍ଡବିହୀନ କାରବାର

ମୁମ୍ବାଇ : ଖୁବ୍‌ ଶୀଘ୍ର ଆପଣ ଏଟିଏମ୍-ଡେବିଟ୍ କାର୍ଡ ବିନା ନଗଦ ଟଙ୍କା ଉଠାଇପାରିବେ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗୁରୁବାର ଦିନ ସମସ୍ତ ବ୍ୟାଙ୍କ ଏବଂ ଏଟିଏମ ଅପରେଟରମାନଙ୍କୁ ଏଟିଏମ ମେସିନରେ ଇଣ୍ଟରପୋରେବଲ୍ କାର୍ଡ-କମ୍ କ୍ୟାସ ପ୍ରତ୍ୟାହାର ସୁବିଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଅନୁଯାୟୀ, ଗ୍ରାହକ ଏଟିଏମ୍‌ରୁ କାର୍ଡଲେସ୍ କ୍ୟାସ୍ ୱିଡ୍ରାଲ ବା କାର୍ଡ ବିହୀନ ନଗଦ ଅର୍ଥ ଊଠାଣ ସୁବିଧା ପାଇପାରିବେ। ଉଲ୍ଲେଖଯୋଗ୍ୟ ଯେ ଏହି ସେବା ପାଇଁ ୟୁଜରଙ୍କୁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବନାହିଁ। ଅର୍ଥାତ୍‌ କାର୍ଡଲେସ୍ ନଗଦ ଟଙ୍କା ଉଠାଣ ପାଇଁ କୌଣସି ପ୍ରୋସେସିଂ ଫି ପଡିବନାହିଁ। ତେବେ ଏହି ସୁବିଧା ପାଇଁ ୟୁଜରଙ୍କର ୟୁପିଆଇ ଆଇଡି ଥିବା ଆବଶ୍ୟକ।

ଏହାଫଳରେ ୟୁପିଆଇ ଆଧାରିତ ଏଟିଏମରେ ଗ୍ରାହକଙ୍କ୍ୁ ଆଉ ଡେବିଟ୍ କାର୍ଡ ସ୍ୱାଇପ୍ କରିବାର କୌଣସି ଆବଶ୍ୟକତା ପଡିବନାହିଁ। ଆରବିଆଇ ଅନୁଯାୟୀ, ନଗଦବିହୀନ କାରବାର ପାଇଁ ୟୁପିଏ ମାଧ୍ୟମରେ ଗ୍ରାହକଙ୍କ ଅଥରାଇଜେସନ୍‌ କରାଯିବ। ନ୍ୟାସନାଲ ଫାଇନାନ୍ସିଆଲ୍ ସୁଇଚ୍ ଏଟିଏମ୍ ନେଟୱାର୍କର ସମାଧାନ ପାଇଁ ବ୍ୟବହୃତ ହେବ। କାର୍ଡଲେସ୍ କାରବାର ଲାଗି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ସବୁ ବ୍ୟାଙ୍କ ଏଟିଏମ୍‌କୁ ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ସହ ଯୋଡିବାକୁ କହିଛି। ତେବେ ୟୁଜରଙ୍କ କାର୍ଡର କ୍ୟାଶ ୱିଡ୍ରାଲ ବା ଟଙ୍କା ଉଠାଣ ସୀମା ପୂର୍ବପରି ରହିବ। ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଦେଶରେ ଏପରି ଟ୍ରାଞ୍ଜାକ୍ସନ ଏବେ ଆରମ୍ଭ ହୋଇସାରିଲାଣି। କେତେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ଏହି ସୁବିଧା ଉପଲବ୍ଧ କରାଉଛନ୍ତି।

ଏ କ୍ଷେତ୍ରରେ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆଗରେ ଅଛନ୍ତି। ଏଚଡିଏଫସି ଓ ଆଇସିଆଇସିଆଇ ଭଳି ବ୍ୟାଙ୍କମାନେ ଏପରି କାର୍ଡଲେସ୍ ସୁବିଧା ଉପଲବ୍ଧ କରାଇଲେଣି। ଏବେ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ସେମାନଙ୍କ ଗ୍ରାହକଙ୍କୁ କାର୍ଡଲେସ୍ ସୁବିଧା ଉପଲବ୍ଧ କରିବେ। ଏଥିରେ ୟୁଜରଙ୍କ ପାଖରେ ଏଟିଏମ କାର୍ଡ ନ ଥିଲେ ବି ସ୍ମାର୍ଟ ଫୋନ ମାଧ୍ୟମରେ ସେମାନଙ୍କର ନଗଦ ଆବଶ୍ୟକତା ଏଟିଏମରୁ ପୁରଣ କରିପାରିବେ। ଏହାପୂର୍ବରୁ ଚଳିତବର୍ଷ ଏପ୍ରିଲ ୮ରେ ମୁଦ୍ରା ନୀତି ଘୋଷଣା ସମୟରେ ଆରବିଆଇ ଦେଶର ସମସ୍ତ ବ୍ୟାଙ୍କର ଏଟିଏମରେ ୟୁପିଆଇ ସୁବିଧା ମାଧ୍ୟମରେ କାର୍ଡଲେସ ନଗଦ ଟଙ୍କା ଉଠାଇବାକୁ ପ୍ରସ୍ତାବ ଦେଇଥିଲା।

ବର୍ତ୍ତମାନ କେବଳ ଅଳ୍ପ କିଛି ବ୍ୟାଙ୍କ ଏଟିଏମ୍ ମାଧ୍ୟମରେ କାର୍ଡଲେସ୍ ଅର୍ଥ ଉଠାଣକୁ ଅନୁମତି ଦେଇଛନ୍ତି, କିନ୍ତୁ ଆରବିଆଇର ନିର୍ଦ୍ଦେଶ ପରେ ୟୁପିଆଇ ବ୍ୟବହାର କରିବା ଦ୍ୱାରା ସମସ୍ତ ବ୍ୟାଙ୍କ ଏବଂ ଏଟିଏମରେ ନଗଦବିହୀନ ନଗଦ ଟଙ୍କା ଉଠାଣ ସୁବିଧା ଉପଲବ୍ଧ ହେବ। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ଯେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ କିମ୍ବା ୟୁପିଇ ମାଧ୍ୟମରେ ଏହି କାର୍ଡଲେସ୍ ନଗଦ ଟଙ୍କା ଉଠାଣ ସୁବିଧା ଯୋଗାଇ ଦିଆଯିବ। ଯେଉଁଠାରେ କାରବାରର ସହଜ ହେବ, ସେଠାରେ ଡେବିଟ୍ କାର୍ଡ ବ୍ୟବହାର କରିବାର କୌଣସି ଆବଶ୍ୟକତା ନାହିଁ, ଯାହା ଡେବିଟ୍ କାର୍ଡ ସ୍କିମିଂ, କାର୍ଡ କ୍ଲୋନିଂକୁ ରୋକିବାରେ ସାହାଯ୍ୟ କରିବ।

Leave A Reply

Your email address will not be published.