କାଲି ରାଜ୍ୟରେ ପ୍ରବଳ ବର୍ଷିବ : ୪୦ରୁ ୫୦ କିମି ବେଗରେ ପବନ ସହ ହେବ କୁଆପଥର ବର୍ଷା

ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟରେ ପଡ଼ିବ ପଶ୍ଚିମା ଝଡ଼ର ସର୍ବାଧିକ ପ୍ରଭାବ । ସାରା ରାଜ୍ୟରେ ହେବ ପ୍ରବଳ ବର୍ଷା । ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଗତ ଦୁଇ ୩ ଦିନ ହେବ ଜାରି ରହିଥିବା ପଶ୍ଚିମା ଝଡ଼ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ମାତ୍ର ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ କୁଆ ପଥର ମାଡ଼ ସହ ପ୍ରବଳ ବର୍ଷା ହେବ । ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ଓ ଝଡ଼ ପବନର ପ୍ରଭାବ ରହିଛି । ପବନର ଝଟକା ଘଣ୍ଟା ପ୍ରତି ୪୦-୫୦ କିମି ରହିବ।
ପ୍ରଭାବ ଦେଖାଇବ ପଶ୍ଚିମା-ଝଡ଼!!!
୧୮ ରେ ସର୍ବାଧିକ ପ୍ରଭାବ ଦେଖାଇବ ପଶ୍ଚିମା-ଝଡ଼, #ବିଜୁଳି–#ଘଡ଼ଘଡ଼ି, #କୁଆପଥର ତଥା #ଝଡପବନ ଘଣ୍ଟା ପ୍ରତି ୪୦ ରୁ #୫୦କିମି ଏବଂ ତଥା #ପ୍ରବଳବର୍ଷା ର(୭ ରୁ ୧୧ ସେମି) ସମ୍ଭାବନା ଥିବାରୁ #ଅରେଞ୍ଜ ଚେତାବନୀ ଜାରି pic.twitter.com/einlPoEA8g
— Meteorological Centre, Bhubaneswar (@mcbbsr) March 17, 2023
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଶନିବାର କେନ୍ଦୁଝର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକରେ କୁଆ ପଥର ବର୍ଷା ସହିତ ୪୦-୫୦ କିମି ବେଗରେ ପବନ ଓ ବିଜୁଳି ଘଡ଼ଘଡ଼ିର ପ୍ରଭାବ ରହିବ । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ ଆଦିରେ ବିଜୁଳି ଘଡ଼ଘଡ଼ି ବର୍ଷା ସାଙ୍ଗକୁ ପବନର ବେଗ ୪୦-୫୦ କିମି ରହିବ । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।
— Meteorological Centre, Bhubaneswar (@mcbbsr) March 17, 2023
ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ଦାରିଙ୍ଗବାଡ଼ିରେ ୩୬ ମିମି ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ ୨୫, କୋରାପୁଟ ୧୩.୯, ପାରଳାଖେମୁଣ୍ଡି, ରାୟଗଡ଼ା, ମାଲକାନଗିରି ଆଦିରେ ମଧ୍ୟ ବର୍ଷାର ପ୍ରକୋପ ଭଲ ରହିଛି । ଏହି ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ହୋଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୨-୪ ଡିଗ୍ରୀ କମ୍ ଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି ।