ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଂଗ୍ରେସରେ ହେବ ବଡ଼ ପରିବର୍ତ୍ତନ : ତୃଣମୂଳସ୍ତରରୁ ପିସିସି ଯାଏ ବଦଳିବେ ନେତା

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦକୁ ନେଇ ଦଳର ଛାମୁଆ ନେତାଙ୍କ ମଧ୍ୟରେ ବେଶ୍‍ କିଛିଦିନ ହେବ ଟଣାଓଟରା ଲାଗି ରହିଥିବା ବେଳେ ଏଥିରେ ଖୁବଶୀଘ୍ର ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ଦଳର ପରବର୍ତ୍ତୀ ରାଜ୍ୟ ମୁଖିଆ ବାଛିବା ପାଇଁ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ. ଏ ଚେଲ୍ଲାକୁମାର ଗତକାଲିଠୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଏବଂ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଜଣଜଣ କରି ଆଲୋଚନା କରୁଛନ୍ତି। ସଭାପତି ପରିବର୍ତ୍ତନ ଏବଂ ଦଳୀୟ ସଂଗଠନକୁ କିପରି ସୁଦୃଢ଼ କରାଯାଇପାରିବ ସେନେଇ ପ୍ରଭାରୀ ସମସ୍ତଙ୍କଠାରୁ ମତାମତ ଗ୍ରହଣ କରିଛନ୍ତି।

ଏହାପରେ ସେ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ରାଜ୍ୟ ନେତୃବୃନ୍ଦଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବା ପରେ ପରବର୍ତ୍ତୀ ପିସିସି ସଭାପତି କିଏ ହେବ ତାହା ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଗତକାଲି ଦିନ ତମାମ ଆଲୋଚନାରେ ଦଳ ସଭାପତି ପଦ ପାଇଁ ମୋଟ ୪ଟି ନାମ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି। ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସି ସାଧାରଣ ସମ୍ପାଦକ ଭକ୍ତଚରଣ ଦାସ ଏବଂ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ମହମ୍ମଦ ମୋକିମଙ୍କ ନାମ ସଭାପତି ଶୀର୍ଷ ଚର୍ଚ୍ଚା ମଧ୍ୟରେ ରହିଛି। ଏପରିକି ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ମଧ୍ୟ ଡାକହର୍ସ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଅଧିକାଂଶ ବିଧାୟକ ଦଳର ସଭାପତି ଓ ବିଧାୟକ ଦଳ ନେତା ପରିବର୍ତ୍ତନ ନିମନ୍ତେ ପ୍ରସ୍ତାବ ଦେଇଛନ୍ତି। ଏପରିକି ବିଧାୟକ ଦଳ ନେତା ଭାବରେ ତାରାପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂହ ସାଲୁଜାଙ୍କ ନାମ ଚର୍ଚ୍ଚାରେ ରହିଛି। ଅଧିକାଂଶ ବିଧାୟକ ଏମାନଙ୍କ ସପକ୍ଷରେ ମତ ଦେଇଥିବା କୁହାଯାଉଛି।

ଅନ୍ୟପଟେ ଓଡ଼ିଶା ପିସିସି ପ୍ରଭାରୀ ଏ ଚେଲାକୁମାର ଓ ସହପ୍ରଭାରୀ ରୁଦ୍ର ରାଜୁ ଗତକାଲି ଭୁବନେଶ୍ୱରରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହ ବୈଠକ କରିବା ପରେ ଆଜି ମଧ୍ୟ  ରାଜ୍ୟର ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହ ବୈଠକ କରୁଛନ୍ତି। ଗତକାଲି ଭୁବନେଶ୍ୱରରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହ ବୈଠକ କରିଥିଲେ ଓଡ଼ିଶା ପିସିସି ପ୍ରଭାରୀ ଏ ଚେଲାକୁମାର ଓ ସହପ୍ରଭାରୀ ରୁଦ୍ର ରାଜୁ। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେଇସାରିଥିବାରୁ ବିଧାୟକ, ସାଂସଦ ଓ ସବୁ ନେତା ମାନଙ୍କ ବିଚାରବିମର୍ଶ କରିଥିଲେ । ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଭିନ୍ନ ଭିନ୍ନ ଭାବେ ପ୍ରାୟ ୩୦ମିନିଟ୍ ଲେଖାଏଁ ଧରି ରୁଦ୍ଧ ଦ୍ୱାର ଆଲୋଚନା କରିଥିଲେ । ସବୁ ନେତାମାନଙ୍କ ସହ ଆଲୋଚନାବେଳେ ପିସିସି ସଭାପତି ପଦ ନିମନ୍ତେ ୩ଜଣଙ୍କ ନାଁ ପ୍ରସ୍ତାବ ଦେବାକୁ ସେ କହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.