ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୂଆ ଡିସିପି ଦେଲେ ପରିବର୍ତ୍ତନର ଆଭାସ, କମିସନରେଟ୍‍ ପୁଲିସରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର : ରାଜଧାନୀରେ ନୂଆ ଡିସିପି ଭାବେ ଆଇପିଏସ୍‍ ପ୍ରତୀକ ସିଂଙ୍କୁ ଦାୟିତ୍ୱ ମିଳିଛି। ସେ ଆସନ୍ତା ଗୁରୁବାର ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି। ପ୍ରତୀକ ଦାୟିତ୍ୱ ନେବା ପରେ ରାଜଧାନୀରେ ବଡ଼ ଧରଣର ଅଦଳବଦଳ କରାଯିବାର ଆଭାସ ମିଳିଛି। ବିଶେଷକରି ସ୍ପେଶାଲ ସ୍କ୍ୱାଡ୍‍ ଏବଂ କ୍ୟୁଏଟିର ଅମୂଳଚୁଳ ପରିବର୍ତ୍ତନ ହୋଇପାରେ। କାରଣ ବର୍ତ୍ତମାନ ସ୍ପେଶାଲ ସ୍କ୍ୱାଡ୍‍ ଟିମରେ କୌଣସି ଅଧିକାରୀ ନାହାନ୍ତି। ଜୋନ୍‍-୫ର ଏସିପି ଥିବା ସଞ୍ଜିବ୍‍ ଶତପଥୀ ସ୍ପେଶାଲ ସ୍କ୍ୱାଡ୍‍ର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ସେହିପରି କ୍ୟୁଏଟି ଗତ କିଛିମାସ ହେବ ନା ଏହି ଚଢ଼ଉ କରୁଛି, ନା ଅପରାଧୀଙ୍କୁ ଧରୁଛି। ତେଣୁ ସିପିଙ୍କ ଏହି ଟିମ୍‍କୁ ମଧ୍ୟ ପରିବର୍ତ୍ତନ କରିବେ ବୋଲି କୁହାଯାଉଛି।

ଅନ୍ୟପଟେ ଏହି ଦୁଇଟି ଟିମ୍‍ରେ ଏକାଧିକ ପୁଲିସ କର୍ମଚାରୀ ୩ବର୍ଷରୁ ଊର୍ଦ୍ଧ୍ବ ହେବ ରହିଲେଣି। ତେଣୁ ସ୍ପେଶାଲ ସ୍କ୍ୱାଡ୍‍ ଟିମ୍‍କୁ ନୂଆ ଅଧିକାରୀ ଦିଆଯିବା ସହ ଅନ୍ୟ ଦକ୍ଷ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତ କରାଯିବ ବୋଲି କୁହାଯାଉଛି। ତାଙ୍କ ଅଧୀନରେ ଜଣେ ଏଏସ୍‍ଆଇ ଏବଂ ୭ଜଣ କନ୍‍ଷ୍ଟେବଳ ରହିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ଥାନା ଅଧିକାରୀସ୍ତରରେ ମଧ୍ୟ ବଡ଼ ଧରଣର ଅଦଳବଦଳ କରାଯାଇପାରେ। ଭରତପୁର, ଇନ୍‍ଫୋଭ୍ୟାଲି, ପାହାଳ ଥାନାରେ କୌଣସି ଥାନା ଅଧିକାରୀ ନାହାନ୍ତି। ଏସ୍‍ଆଇମାନେ ଇନ୍ସପେକ୍ଟର ଦାୟିତ୍ୱ ତୁଲାଉଛନ୍ତି। ତେଣୁ ଏହି ଥାନା ଗୁଡିକୁ ନୂତନ ଥାନା ଅଧିକାରୀ ଦିଆଯିବ।

ସେହିପରି ପଦୋନ୍ନତି ପାଇଥିବା ଖାରବେଳ ନଗର, ସହିଦ ନଗର,ଚନ୍ଦ୍ରଶେଖରପୁର ଏବଂ ନନ୍ଦନକାନନ ଥାନା ଅଧିକାରୀଙ୍କୁ ଜୋନ୍‍ ଏସିପି ଭାବେ ଅବସ୍ଥାପିତ କରାଯାଇପାରେ। ସେହିପରି ଏହି ସବୁ ଥାନାରେ କେତେକ ନୂତନ ଅଧିକାରୀ ଦିଆଯିବା ସହ ରାଜଧାନୀରେ ବିଭିନ୍ନ ଥାନାରେ ଥିବା ଅଭିଜ୍ଞ ଇନ୍ସପେକ୍ଟରଙ୍କୁ ପ୍ରମୁଖ ଥାନା ଅଧିକାରୀ ଦାୟିତ୍ୱ ମିଳିପାରେ। ଅନ୍ୟପଟରେ ନୂତନ ଡିସିପି କଟକରୁ କେତେକ ଦକ୍ଷ ଇନ୍ସପେକ୍ଟରଙ୍କୁ ଭୁବନେଶ୍ୱର ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟରେ ପିଓପିଡି ଟିମ୍‍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ପିଓପିଡି ଟିମ୍‍ରେ ଥିବା ଏସ୍‍ଆଇଙ୍କୁ ବସ୍ତିଚାଲ ଅଭିଯାନର ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ଯେଉଁମାନେ ନୋଡାଲ ଅଫିସର ଥିଲେ ସେମାନଙ୍କୁ ଅତିରିକ୍ତ ନୋଡାଲ ଅଫିସର କରାଯାଇଛି। ଫଳରେ ବସ୍ତିରେ କୌଣସି ଅପରାଧ ଘଟିଲେ ପିଓପିଡି ଟିମ୍‍ ସହଜରେ ଜାଣିପାରିବ। ଆଉ ବସ୍ତି ମିତ୍ର ସହ ପିଓପିଡି ଟିମ୍‍ର ସମନ୍ୱୟ ମଧ୍ୟ ରହିବ।

Leave A Reply

Your email address will not be published.