ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିନା ବିବାହରେ ନବ୍ୟା ଯଦି ମା’ ହୁଅନ୍ତି କିଛି ଅସୁବିଧା ନାହିଁ : ଜୟା ବଚ୍ଚନ

ମୁମ୍ବାଇ: ବିନା ବିବାହରେ ନବ୍ୟା ଯଦି ମା’ ହୁଅନ୍ତି କିଛି ଅସୁବିଧା ନାହିଁ, ଜୟା ତାଙ୍କ ନାତୁଣୀଙ୍କୁ ସମ୍ପର୍କକୁ ନେଇ ପରାମର୍ଶ ଦେଇଛନ୍ତି, ଯାହା ବିଷୟରେ ଖୁବ୍ ଆଲୋଚନା ହେଉଛି । ଜୟା ବଚ୍ଚନ ତାଙ୍କ ନାତୁଣୀ ନବ୍ୟାଙ୍କ ସହ ତାଙ୍କ ପୋଡକାଷ୍ଟରେ ‘ହ୍ବାଟ୍‌ ଦି ହେଲ୍‌ ନବ୍ୟା’ ରେ କଥାବାର୍ତ୍ତା କରୁଥିବା ସମୟରେ ସମ୍ପର୍କ ବିଷୟରେ କିଛି ପରାମର୍ଶ ଦେଇଥିଲେ । ଜୟା ବଚ୍ଚନ କହିଥିଲେ ଯେ, କୌଣସି ସମ୍ପର୍କ ଦୀର୍ଘ ଦିନ ଧରି ରହିବା ପାଇଁ ଶାରୀରିକ ଆକର୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜୟା ଆହୁରି ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ସମୟରେ ଏହି ଏକ୍ସପେରିମେଣ୍ଟ୍ କରିପାରି ନ ଥିଲେ । କୌଣସି ସମ୍ପର୍କ କେବଳ ପ୍ରେମ ଏବଂ ଭରଷା ଉପରେ ତିଷ୍ଠି ରହିପାରେ ନାହିଁ, ଏଥିପାଇଁ ଶାରୀରିକ ସମ୍ପର୍କ ରହିବା ଆବଶ୍ୟକ ବୋଲି ଜୟା ବଚ୍ଚନ କହିଛନ୍ତି । ଯଦି ନବ୍ୟା ବିବାହ ବିନା ମା ହୁଅନ୍ତି, ‌ତେବେ ସେଥିରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଜୟା ବଚ୍ଚନ ।

Leave A Reply

Your email address will not be published.