ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟ ବିଜେପିରେ ନେତୃତ୍ୱ ସଙ୍କଟ ଅଛି, ନେତାଏ ଦଳ ଛାଡ଼ିବା ବିଜେପି ପାଇଁ କ୍ଷତି : ଖାରବେଳ ସ୍ଵାଇଁ

ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରେ ଜୟରାମ ପାଙ୍ଗୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟିଛନ୍ତି । ନିକଟରେ କେସିଆର ତାଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତିର ନାମ ପରିବର୍ତ୍ତନ ହୋଇ ଭାରତୀୟ ରାଷ୍ଟ୍ର ସମିତି ବା ବିଆରଏସ ହୋଇଛି।  ଏହାପରେ ସାରା ଦେଶରେ ପ୍ରାର୍ଥୀ ଦେବାକୁ ଚିନ୍ତା କରିଛନ୍ତି କେସିଆର । ଏହାରି ଭିତରେ ଦକ୍ଷିଣ ଓଡିଶାର ଜଣେ ପରେ ଜଣେ ନେତା କେସିଆରଙ୍କୁ ଭେଟିବା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଉଭୟ ଗମାଙ୍ଗ ଏବଂ ପାଙ୍ଗୀ କଂଗ୍ରେସ ଓ ବିଜେଡିରୁ ଆସି ବିଜେପିରେ ଯୋଗ ଦେଇଥିଲେ । ଉଭୟଙ୍କୁ ବିଜେପି କୋରାପୁଟ ଲୋକସଭା ଆସନ ପାଇଁ ନେତା କରିଥିଲା। କିନ୍ତୁ ଏବେ ହେଲେ ଏବେ ଉଭୟ ନେତା କେସିଆରଙ୍କୁ ଭେଟିବା ପରେ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଛି।

ଏହାରି ମଧ୍ୟରେ ବରିଷ୍ଠ ବିଜେପି ନେତା ଖାରବେଳ ସ୍ଵାଇଁ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ନେତାଏ ଦଳ ଛାଡ଼ିବା ବିଜେପି ପାଇଁ କ୍ଷତି। ଗିଗିଧର ଗମାଙ୍ଗ ଓ ଜୟରାମ ପାଙ୍ଗି ଯଦି ଭାବିବେ ଦଳ ତାଙ୍କୁ ଗୁରୁତ୍ବ ଦେଉନାହିଁ ସେମାନେ ଦଳ ଛାଡିବେ। ଦଳର ଲକ୍ଷ୍ୟ ରହିବା ଉଚିତ କେହି ଦଳ ନଛାଡନ୍ତୁ। ରାଜ୍ୟ ବିଜେପିରେ ତ୍ରୁଟି ରହିଛି, ନେତୃତ୍ୱ ସଙ୍କଟ ଅଛି । ଯେଉଁଥି ପାଇଁ ନେତାଏ ଦଳ ଛାଡିବା ପାଇଁ ଚିନ୍ତା କରିଛନ୍ତି। ବିଜୁ ଜନତା ଦଳ ଜିତିବାର ମୁଖ୍ୟ କାରଣ ନବୀନ ପଟ୍ଟନାୟକ। ବିଜୁ ଜନତା ଦଳ ବିରୋଧରେ ଯଦି ଆମେ ବିକଳ୍ପ ଦେଇପାରିବୁ ତେବେ ଯାହା ହେବ। ବିଜେପିକୁ ଏବେ ଚିନ୍ତା କରିବାର ଅଛି।

ସୂଚନାଯୋଗ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ନେତୃତ୍ୱାଧୀନ ‘ଭାରତ ରାଷ୍ଟ୍ର ସମିତି’ (ବିଆରଏସ) ଏବେ ତେଲଗୁ ଭାଷାଭାଷୀ ଲୋକମାନେ ରହୁଥିବା ଦେଶର ବିଭିନ୍ନ ଅଂଚଳରେ ନିଜର ଉପସ୍ଥିତି ଜାହିର କରିବାକୁ ରଣନୀତି ପ୍ରସ୍ତୁତ କରିଛି । ଗତ ୪ଦିନ ମଧ୍ୟରେ ଓଡ଼ିଶାର ୨ଜଣ ବରିଷ୍ଠ ଆଦିବାସୀ ନେତାଙ୍କୁ ସାକ୍ଷାତ କରି ବିଆରଏସ୍ ମୁଖ୍ୟ କେସିଆର ତାଙ୍କର ଓଡ଼ିଶା ସମ୍ପ୍ରସାରଣର ଆଭାସ ଦେଇଛନ୍ତି । ବିଶେଷକରି ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ରହୁଥିବା ତେଲଗୁ ଭାଷାଭାଷୀ ଲୋକଙ୍କ ସହଯୋଗରେ ଓଡ଼ିଶାରେ ନିଜର ରାଜନୀତିକ ଉପସ୍ଥିତି ଜାହିର କରିବାକୁ ବିଆରଏସ୍ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଜୟରାମ ପାଙ୍ଗୀ ୨୦୧୭ ମେ’ ମାସରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ପରାଜୟ ପରେ ଦଳରେ ନିଜକୁ ଅଣଦେଖା ଅଭିଯୋଗ ଆଣି ୨୦୨୨ ଏପ୍ରିଲ ମାସରେ ବିଜେପିରୁ ଇସ୍ତଫା ଦେଇଥିଲେ । ସେବେଠୁ ଶ୍ରୀ ପାଙ୍ଗୀ କୌଣସି ଦଳରେ ସାମିଲ ନହୋଇ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଢ଼ି ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର କିଛି ଅଂଚଳକୁ ନେଇ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଂଚଳ ଦାବି କରୁଛନ୍ତି । ଯାହାର ମୁଖ୍ୟାଳୟ କୋରାପୁଟ ଜିଲ୍ଲାରେ ରହିବ ବୋଲି ସେ କହିଛନ୍ତି । କିନ୍ତୁ କେସିଆରଙ୍କୁ ସାକ୍ଷାତ ପରେ ଶ୍ରୀ ପାଙ୍ଗୀ ବିଆରଏସ ପାର୍ଟରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ  ଶ୍ରୀ ପାଙ୍ଗୀଙ୍କ ପୂର୍ବରୁ ଜାନୁୟାରୀ ୧୩ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତା ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ହାଇଦ୍ରାବାଦର ପ୍ରଗତି ଭବନରେ କେସିଆରଙ୍କୁ ଭେଟିବା ପରେ ଉଭୟ ପିତା-ପୁତ୍ର ବିଆରଏସ ପାର୍ଟିରେ ସାମିଲ ହେବାର ଚର୍ଚ୍ଚା ଆରମ୍ଭ ହୋଇଛି । ଯଦିଓ ଉଭୟ ଏବେ ବିଜେପିରେ ଅଛନ୍ତି ଓ ବିଆରଏସରେ ସାମିଲ ହେବାର ସମ୍ଭାବନାକୁ ଖାରଜ କରିଛନ୍ତି, କିନ୍ତୁ ସେମାନେ ଖୁବଶୀଘ୍ର ସାମିଲ ହୋଇପାରନ୍ତି ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.