ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିମିଳିପାଳ ସଂଲଗ୍ନ ଗ୍ରାମମାନଙ୍କରେ ଘରେଘରେ ରହିଛି ଦେଶୀ ବନ୍ଧୁକ, ନିଦରେ ବନବିଭାଗ ଓ ପୁଲିସ !

ଉଦଳା: ବିଭିନ୍ନ ମାରଣାସ୍ତ୍ର ଠାରୁ ଆରମ୍ଭ କରି ବନ୍ଧୁକ ରଖିବା ବେଆଇନ କାର୍ଯ୍ୟ ହୋଇଥିବା ବେଳେ ଜାତୀୟ ଉଦ୍ୟାନ ଶିମିଳିପାଳ ପୂର୍ବ ପାଦଦେଶରେ ଥିବା ଗ୍ରାମମାନଙ୍କରେ ଘରେଘରେ ବନ୍ଧୁକ ଥିବାର ଜଣାପଡିଛି । କେତେ ବେଳେ ବନବିଭାଗ ଶିକାରୀ ସହ ଦେଶୀ ବନ୍ଧୁକ ଜବତ କଲାଣି ତ କେତେବେଳେ ବନ ବିଭାଗକୁ ଉକ୍ତ ବନ୍ଧୁକରେ ଆକ୍ରମଣର ଖବର କିଛି ନୁଆ ନୁହେଁ । ତେବେ ଶିମିଳିପାଳ ସଂଲଗ୍ନ ଗାଁ ମାନଙ୍କରେ ଏତେ ଦେଶି ବନ୍ଧୁକ କୋଉଠୁ ଆସୁଛି ତାହା ହିଁ ବଡ ପ୍ରଶ୍ନ । ଶିମିଳିପାଳ ପାଦଦେଶରେ ଥିବା ଉଦଳା ବ୍ଲକ , ଖୁଣ୍ଟା ବ୍ଲକ, କପ୍ତିପଦା ବ୍ଲକର ୫୦ରୁ ଉର୍ଦ୍ଧ୍ବ ଗ୍ରାମରେ ଘରେ ଘରେ ବନ୍ଧୁକ ରହିଥିବାର ଜଣାପଡିଛ । ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଶୀକାର କରିବା ପାଇଁ ଏହି ଦେଶୀ ବନ୍ଧୁକର ସହାୟତା ନେଉଥିବା ଜଣାପଡିଛି।

ତେବେ ଶିକାର ଉଦେସ୍ୟରେ ରଖିଥିବା ବନ୍ଧୁକ ବେଳେ ବେଳେ ଘରୋଇ ହିଁସା ପାଇଁ ମଧ୍ୟ ବ୍ୟବହୃତ କରୁଥିବାର ସଦ୍ୟ ପ୍ରମାଣ ମିଳିସାରିଛି । ଗତ ମଙ୍ଗଳବାର ରାତିରେ ଉଦଳା ବ୍ଲକ କାଶିକୁଣ୍ଡଳ ଗ୍ରାମରେ ମଦ୍ୟପାନ କରି ପୁଅ ଦେଶି ବନ୍ଧୁକ ଦ୍ୱାରା ନିଜ ବାପାକୁ ଗୁଳି କରି ହତ୍ୟା କରିବା ଘଟଣା ବନ୍ଧୁକର ଉପସ୍ଥିତିକୁ ଜାହିର କରିଛି । ହେଲେ ଏନେଇ ନା ବନବିଭାଗ ନିକଟରେ ଖବର ଅଛି ନା ପୁଲିସ ନିକଟରେ । ତେବେ ବନ୍ଧୁକ କିଏ ଯୋଗଉଛି ନା ହାତରେ ତିଆରି କରୁଛନ୍ତି ଗ୍ରାମବାସୀ । ଶିକାର ପାଇଁ ବନ୍ଧୁକ ଘରୋଇ ଭାବେ ଶାଳରେ କରାଯାଉଥିବା ଶୁଣିବାକୁ ମିଳେ । ଏପରିକି ଦେଶୀ ବନ୍ଧୁକ ତିଆରି ପୂର୍ବକ ବିକ୍ରି କରାଯାଉଥିବାର ପ୍ରସଙ୍ଗ ଲୋକଲୋଚନକୁ ଆସିଛି । ଦେଶୀ କମାର ଶାଳରେ ଏହି ବନ୍ଧୁକ ତିଆରି କରାଯାଇ ଶିକାର ପାଇଁ ଚୋରାରେ ଯୋଗାଇଦେଉଥବା ଜଣାପଡିଛି । ଏପରିକି ୧୦୦୦ ରୁ ୨୦୦୦ ଟଙ୍କା ଦର ବୋଲି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳିଛି। ସାଇକଲ ବଲକୁ ଗୁଳି ଭାବେ ବ୍ୟବହାର କରି ଶିକାର କରୁଥିବା ବେଳେ ଗୋଣ୍ଡଗୋଳ ସମସୟରେ କଥା କଥାକେ ବନ୍ଧୁକ ଦେଖାଇବା ଘଟଣା ନୂଆ ନୁହେଁ । ବିଶେଷ କରି ବନବିଭାଗ ଏଦିଗରେ ଅଧିକ ତଥ୍ୟ ସମ୍ବଳିତ ହେବା ପରିବର୍ତ୍ତେ ନିଦରେ ଥିବା ପରି ମନେ ହେଉଛି । ମାତ୍ର ପୁଲିସ ଏଦିଗରେ ଆଦୌ ଯତ୍ନବାନ ନ ଥିବା ବେଳେ ଏଭଳି ହତ୍ୟା ଘଟଣା ପୋଲିସକୁ କେତେ କ୍ରିୟାଶୀଳ କରୁଛ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.