ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହଜିଗଲା ମାନବିକତା: ପୋଇ ଗଛ ଲଗାକୁ କେନ୍ଦ୍ରକରି ହତ୍ୟାକାଣ୍ଡ, ବଡ ଭାଇ ମାଡ଼ରେ ସାନ ଭାଇ ମୃତ

କେନ୍ଦ୍ରାପଡା: ହଜିଯାଇଛି ମାନବିକତା । ପୋଇ ଗଛ ଲଗାଇବାକୁ କେନ୍ଦ୍ର କରି ବଡ଼ ଭାଇର ମାଡ଼ରେ ସାନ ଭାଇର ମୃତ୍ୟୁ ଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ସୋବଳା ଅଞ୍ଚଳରେ l ଜମିବାଡ଼ି ବିବାଦକୁ ନେଇ ଅନେକ ଦିନ ହେଲା ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା l ହେଲେ କିଏ ଜାଣିଥିଲା ବିବାଦୀୟ ଜାଗାରେ ପୋଇ ଗଛ ଗୋଟେ ଲାଗାଇଲେ ଜୀବନ ଯିବ ବୋଲି l ଦୀର୍ଘ ଦିନର ଲାଗିଥିବା ବିବାଦ ଶେଷରେ ସାନ ଭାଇର ଜୀବନ ନେଲା l ସୋବଳା ଗ୍ରାମର ଦୁଇ ଭାଇ ସୁରେନ୍ଦ୍ର ସାମଲ ଓ ରାଜେନ୍ଦ୍ର ସାମଲଙ୍କ ମଧ୍ୟରେ ଦୀର୍ଘଦିନ ଧରି ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା l ଗତକାଲି ସାମାନ୍ୟ ଜାଗାରେ ପୋଇ ଗଛକୁ ଲଗାଇବା ନେଇ ବିବାଦ ଉଗ୍ର ରୂପ ନେଇଥିଲା l ବଡ ଭାଇ ସୁରେନ୍ଦ୍ର ସାମଲ ଓ ତାଙ୍କ ପୁଅ ଓ ସ୍ତ୍ରୀ ଉତକ୍ଷିପ୍ତ ହୋଇ ସାନଭାଇ ରାଜେନ୍ଦ୍ରକୁ ମାରଣାସ୍ତ୍ରରେ ମରଣାତ୍ମକ ଆକ୍ରମଣ କରିଥିଲେ l ଏହି ଆକ୍ରମଣରେ ରାଜେନ୍ଦ୍ର ଗୁରୁତର ଆହତ ହୋଇଥିଲେ l ତେବେ ରାଜେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା l ହେଲେ କଟକ ପହଁଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା l

ଆଜି ସୁରେନ୍ଦ୍ରଙ୍କ ସ୍ତ୍ରୀ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ବର୍ତ୍ତମାନ ସୁଦ୍ଧା ବଡ ଭାଇ ଓ ତାଙ୍କ ପୁଅ ସ୍ତ୍ରୀ ଫେରାର ହୋଇଯାଇଛନ୍ତି l ଅନ୍ୟପଟେ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ନ୍ୟାୟ ଦାବି କରିବା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜେନ୍ଦ୍ରଙ୍କ ଝିଅ ଉଷାରାଣି ସାମଲ ଦାବି କରିଛନ୍ତି l

Leave A Reply

Your email address will not be published.