ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାପ କାମୁଡ଼ିଲା ବୋଲି… ନାଗକୁ କାମୁଡ଼ି ମାରିଦେଲେ ଯୁବକ

ବସ୍ତା/ରୂପସା: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦରଡ଼ା ଗ୍ରାମର ଜଣେ ଯୁବକଙ୍କୁ ବିଲରେ ବିଷାକ୍ତ ନାଗ ସାପ କାମୁଡିବାରୁ ଯୁବକ ଜଣକ ସାପକୁ କାମୁଡି ମାରି ବେକରେ ପକାଇ ବୁଲିଥିଲେ। ଯୁବକଙ୍କ ଏଭଳି ପାଗଳାମି ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ।

ମଙ୍ଗଳବାର ଦିନ ଦରଡ଼ା ଗ୍ରାମର ସଲିମ୍‍ ତାନ୍ତ୍ରିକ ନାମକ ଜଣେ ଯୁବକ ବିଲକୁ ଚାଷ ଜମି ଦେଖିବାକୁ ଯାଇଥିଲେ। ବିଲ ହିଡରେ ତାଙ୍କୁ କିଛି କାମୁଡିବା ଭଳି ଲାଗିବାରୁ ସେ କଙ୍କଡା ଭାବି ସାପର ମୁଣ୍ଡକୁ ଧରିଥିଲେ। ସାପଟି ହାତରେ ଗୁଡା଼ଇ ହୋଇ ଯିବାରୁ ସଲିମ ସାପର ବେକକୁ କାମୁଡ଼ି ଥିଲେ। ଫଳରେ ଘଟଣାସ୍ଥଳରେ ସାପଟି ମରିଯାଇଥିଲା। ସଲିମ ସାପକୁ ବେକରେ ଗୁଡ଼ାଇ ସାଇକେଲ ଯୋଗେ ବଜାର ଦେଇ ଗ୍ରାମକୁ ଆସିଥିଲେ। ଆଜିର ଏହି ଶିକ୍ଷିତ ସମାଜରେ ଯୁବକଙ୍କ ଏଭଳି କାଣ୍ଡକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଥିବା ବେଳେ କିଛି ଲୋକ ଦେଖି ମନୋରଞ୍ଜନ କରିଥିଲେ। ରିପୋର୍ଟ ଲେଖା ହେଲା ବେଳକୁ ସମ୍ପୃକ୍ତ ଯୁବକ ଡାକ୍ତରଖାନା ନ ଯାଇ ନିଜେ ଝାଡା ଫୁଙ୍କା କରୁଥିବା ଜଣାଯାଇଛି।

Leave A Reply

Your email address will not be published.