ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡିବିରିରୁ ନିଆଁ ଲାଗି ଯୁବତୀ ଜୀବନ୍ତ ଦଗ୍ଧ

ବଣାଇ:  ସୁନ୍ଦରଗଡ଼ ଜିଲ୍ଲା ବଣାଇରେ  ଅଭାବନୀୟ ଘଟଣା ଘଟିଛି। ଡିବିରିରୁ ନିଆଁ ଲାଗି ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ, ଭାଲୁଡୁଙ୍ଗୁରି ଗାଁର ସ୍ୱପ୍ନେଶ୍ୱରୀ ମୁଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଏପରି ଦୁଃଖଦ ଘଟଣା ଘଟିଛି। ସମସ୍ତେ ଶୋଇଥିବା ବେଳେ ଡିବିରି ନେଇ ଯାଉଥିବା ବେଳେ ଯୁବତୀଙ୍କ ଡ୍ରେସରେ ଲାଗିଥିଲା ନିଆଁ । ଜୀବନ ବଞ୍ଚାଇବାକୁ ଚିତ୍କାର କରିଥିଲେ ଯୁବତୀ । ପରିବାର ଲୋକ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ମୃତ ଯୁବତୀ ଜଣଙ୍କ ଲହୁଣୀପଡାର ଏକ କଲେଜରେ ଯୁକ୍ତ ୩ରେ ପଢୁଥିଲେ । ବଣାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.