ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ବର ଧନୀ କୁକୁର: ଅଛି ୪ ହଜାର କୋଟିର ସମ୍ପତ୍ତି

ବିଲେଇ ୮୦୦ କୋଟିର ମାଲିକାଣୀ

ନ୍ୟୁୟର୍କ: ଜର୍ମାନ ସେଫର୍ଡ ପ୍ରଜାତିର ଏକ କୁକୁର ‘ଗୁନ୍ଥର-ଭିଆଇ’ ବିଶ୍ବର ସବୁଠାରୁ ଧନୀ କୁକୁର ହୋଇଛି। ଏହି କୁକୁର ପାଖରେ ଭାରତର ପଶୁପାଳନ ବିଭାଗର ବର୍ଷକର ବଜେଟ୍‌ ସହ ସମାନ ସମ୍ପତ୍ତି ରହିଛି। ୨୦୨୨ ବଜେଟରେ ପଶୁପାଳନ ବିଭାଗକୁ ୪,୨୮୮ କୋଟି ଟଙ୍କା ଦିଆଯାଇଥିବାବେଳେ ଏହି କୁକୁର ପାଖରେ ୪ ହଜାର ୧୩୨ କୋଟି ଟଙ୍କା (୫୦୦ ମିଲିୟନ ଡଲାର) ରୁ ଅଧିକ ସମ୍ପତ୍ତି ରହିଛି। କେବଳ ଏହି କୁକୁର ନୁହେଁ ଅନେକ ପଶୁପକ୍ଷୀ ନିଜ ମାଲିକ, ବ୍ୟବସାୟ ତଥା ସୋସିଆଲ ମିଡିଆ ମାଧ୍ୟମରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଛନ୍ତି। ‘ଅଲ୍‌ ଏବାଉଟ କ୍ୟାଟ୍‌ସ’ ପକ୍ଷରୁ ଜାରି ‘ଦ ଅଲ୍‌ଟିମେଟ ପେଟ ରିଚ୍‌ ଲିଷ୍ଟ’ ରେ ଏହି ସୂଚନା ଦିଆଯାଇଛି। ଏଥିରେ ବିଶ୍ବର ସବୁଠାରୁ ଅଧିକ ଆୟ କରୁଥିବା ଗୃହପାଳିତ ପଶୁପକ୍ଷୀଙ୍କ ବିଷୟରେ ତଥ୍ୟ ରହିଛି। ରିପୋର୍ଟ ଅନୁଯାୟୀ ‘ଗୁନ୍ଥର-ଭିଆଇ’ର ସମ୍ପତ୍ତିରେ ତାର ଜେଜେ ‘ଗୁନ୍ଥର-ତୃତୀୟ’ ର ଯୋଗଦାନ ରହିଛି। ଏହି କୁକୁର ଜର୍ମାନୀର କାଉଣ୍ଟେସ କାର୍ଲୋଟା ଲିବେନଷ୍ଟେନଙ୍କ ପାଳିତ କୁକୁର ଥିଲା। ସେ ନିଜର ୮୦ ମିଲିୟନ ଡଲାରର ସମ୍ପତ୍ତି ଗୁନ୍ଥର-ତୃତୀୟ ନାମରେ କରିଯାଇଥିଲେ। ଗୁନ୍ଥର କର୍ପୋରେସନ ଏହି ସମ୍ପତ୍ତିକୁ ଭଲ ସ୍ଥାନରେ ନିବେଶ କରିବାରୁ ଏହା ୫୦୦ ମିଲିୟନ ଡଲାରକୁ ବୃଦ୍ଧି ପାଇଥିଲା। ସେହିପରି ଏକ ବିେଲଇ ‘ନାଲା କ୍ୟାଟ୍‌’ ପାଖରେ ୮୨୬ କୋଟି ଟଙ୍କା ( ୧୦୦ ମିଲିୟନ ଡଲାର)ର ସମ୍ପତ୍ତି ରହିଛି। ଏହି ବିଲେଇକୁ ଇନ୍‌ଷ୍ଟାଗ୍ରାମରେ ସର୍ବାଧିକ ୪୦ ଲକ୍ଷ ଲୋକ ଫଲୋ କରୁଛନ୍ତି। ଏହି ବିଲେଇର ମାଲିକ ନାଲା କ୍ୟାଟ୍‌ ନାମରେ ଏକ ପ୍ରିମିୟମ କ୍ୟାଟ୍‌-ଫୁଡ୍‌ କମ୍ପାନୀ ଚଲାଉଛନ୍ତି।

Leave A Reply

Your email address will not be published.