ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱାମୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବିଦ୍ୟୁତ ଆଘାତରେ ଚାଲିଗଲା ପତ୍ନୀଙ୍କ ଜୀବନ

ବୈଶିଙ୍ଗା:  ସ୍ୱାମୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବିଦ୍ୟୁତ ଆଘାତରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣା ମଙ୍ଗଳବାର ସକାଳେ ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଆମ୍ବଗଡ଼ିଆ ଗ୍ରାମରେ ଘଟିଯାଇଛି । ମୃତକ ଜଣକ ହେଉଛନ୍ତି ସ୍ବର୍ଗତ ଚନ୍ଦ୍ରଶେଖର ରାଉଳଙ୍କ ପତ୍ନୀ ଶକୁନ୍ତଳା(୪୭) ।

ସୂଚନା ମୁତାବକ, ଆଜି ଶକୁନ୍ତଳାଙ୍କ ସ୍ୱାମୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଥିବାବେଳେ ଘରେ ପୂଜାକାର୍ଯ୍ୟ ଚାଲିଥିଲା । ଦୁର୍ଭାଗ୍ୟ ବଶତଃ ଏକ ବିଦ୍ୟୁତତାର ଛିଣ୍ଡି ପାଖରେ ଥିବା ସାଇକେଲ ଉପରେ ପଡି ରହିଥିଲା। ସାଇକେଲ ଟି ଚାର୍ଜ ହୋଇ ରହିଥିବା ବେଳେ ଏହା ଉପରେ କାହାରି ନଜର ପଡ଼ି ନ ଥିଲା । ତେବେ ପୂଜାକାର୍ଯ୍ୟରେ ଆବଶ୍ୟକ କିଛି ସାମଗ୍ରୀ ଆଣିବାକୁ ଯାଉଥିବା ବେଳେ ଶକୁନ୍ତଳା ଉକ୍ତ ସାଇକେଲଟିକୁ ଧରି ପକାଇଥିଲେ । ଯଦ୍ୱାରା ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଚେତାଶୂନ୍ୟ ଅବସ୍ଥାରେ ତଳେ ପଡିଯାଇଥିଲେ। ଗୁରୁତର ଶକୁନ୍ତଳାଙ୍କୁ ପ୍ରଥମେ ବୈଶିଙ୍ଗା ପରେ ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବୈଶିଙ୍ଗା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବର ପଞ୍ଚନାମା ସହିତ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି।

Leave A Reply

Your email address will not be published.