ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୋପାଳପୁର ବିଚ୍‍ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗୋପାଳପୁର ବିଚ୍‍ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସମୁଦ୍ର ପାଣି ପିଇ ଦେଇଥିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୋପାଳପୁର ଥାନାଧିକାରୀ ମାଧବାନନ୍ଦ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏବଂ କିପରି ମହିଳା ଜଣକ ଗୋପାଳପୁର ବିଚ୍‍କୁ ଆସିଲେ ସେ ନେଇ ପୁଲିସ ତନାଘନା ଜାରି ରଖିଛି। ମୃତଦେହ ନିକଟରୁ ମିଳିଥିବା ଛତା ଏବଂ ଯୋତା ମୃତ ମହିଳାଙ୍କ ନା ଅନ୍ୟକାହାର ସେ ନେଇ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରୁଛି ପୁଲିସ। ତେବେ ଖବର ଲେଖା ହେଲା ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳି ପାରିନାହିଁ।

ପୁଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ୭ଟାରେ ସମ୍ପୃକ୍ତ ମହିଳାଙ୍କ ମୃତଦେହ ଗୋପାଳପୁର ବିଚ୍‍ ନିକଟ ମୁହାଣ ନିକଟରେ ପଡ଼ିଥିବା କେତେକ ମତ୍ସଜୀବୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ତେବେ ମହିଳା ଜଣକ ଅନ୍ୟ କେଉଁଠାରୁ ଭାସି ଆସିଛନ୍ତି ନା ଗୋପାଳପୁର ବୁଲିବାକୁ ଆସି ପାଣିରେ ଗାଧୋଉଥିବା ବେଳେ ଭାସି ଯାଇଛନ୍ତି ସେ ନେଇ ପୁଲିସ ସନ୍ଦେହ କରୁଛି। ମହିଳାଙ୍କ ପରିଚୟ ମିଳିନଥିବାରୁ ନିକଟସ୍ଥ ଥାନାରେ ହୋଇଥିବା ମିସିଂ ରିପୋର୍ଟ ଉପରେ ପୁଲିସର ତଦନ୍ତ ଜାରି ରହିଛି। ତେବେ ଆସନ୍ତାକାଲି ବ୍ୟବଚ୍ଛେଦ ହେବ। ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଥାନାଧିକାରୀ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.