ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆହୁରି କମିବ ଶୀତ; ତାତିବ ବସନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଗକୁ ଶୀତ ଆହୁରି କମିବ। ବର୍ତ୍ତମାନ ରହିଥିବା ଗୁରୁଚାପ ବଳୟ ଯୋଗୁଁଁ ରାଜ୍ୟକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହାଦ୍ୱାରା ରାଜ୍ୟରେ ଶୀତ ହ୍ରାସ ହେବା ସହିତ କୁହୁଡ଼ିର ପ୍ରଭାବ ରହୁଛି। ଏହି ସ୍ଥିତି ଜାରି ରହିବା ସହିତ ମାସ ଶେଷ ବେଳକୁ ବର୍ଷାର ମଧ୍ୟ ଆଶଙ୍କା ରହିଛି। ଏକ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ୨୭ ଜାନୁଆରୀ ରୁ ୨ ଫେବୃଆରୀ ମଧ୍ୟରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହାଦ୍ୱାରା ଶୀତର ପ୍ରକୋପ କମିବା ନେଇ ଆକଳନ କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଶନିବାରଠାରୁ ସାରା ରାଜ୍ୟରେ ଶୀତ କମିବ। ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ଦିନର ତାପମାତ୍ରା ବୃଦ୍ଧି ପାଇବ। ଲାଗି ରହିଥିବା କୋହଲା ପାଗରେ ପରିବର୍ତ୍ତନ ଆସିବାକୁ ଥିବା ବେଳେ ୨୨ ତାରିଖ ପରେ କୁହୁଡ଼ିର ମାତ୍ରା ମଧ୍ୟ ହ୍ରାସ ହେବ।

ଆକଳନ କରାଯାଉଛି ଯେ ଶୁକ୍ରବାର ରାତି ଓ ଶନିବାର ମଧ୍ୟରେ ଉପକୂଳରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ସେଲସିୟସ ବଢି ତାପର ୫ ଦିନ ପର୍ଯ୍ୟନ୍ତ ପ୍ରାୟତଃ ଅପରିବର୍ତ୍ତିତ ରହିବ। ଆଭ୍ୟନ୍ତରୀଣ ଦକ୍ଷିଣରେ ସର୍ବନିମ୍ନ ତାପମାତ୍ରା ଶୁକ୍ରବାର ରାତିଠାରୁ କ୍ରମଶଃ ବଢି ୨୩ ସୁଦ୍ଧା ପ୍ରାୟ ୩ ଡିଗ୍ରୀ ବଢିବ ଓ ତାପର ଦୁଇ ଦିନ ଅପରିବର୍ତ୍ତିତ ରହିବ। ୨୫ ସୁଦ୍ଧା ପ୍ରାୟ ୫ ଡିଗ୍ରୀ ବା ଅଧିକ ବୃଦ୍ଧି ହୋଇପାରେ। ଏହି ତାପମାତ୍ରା ବୃଦ୍ଧି ଫଳରେ ସାରା ରାଜ୍ୟରେ ଶୀତ କମି କମି ଯିବ। ବର୍ତ୍ତମାନ ଇଏନ୍‌‌ଏସ୍‌‌ଓ- ଲା-ନିନା ଚାଲୁ ରହିଛି। ଏପ୍ରିଲ ମାସରେ ଇଏନଏସଓ ସ୍ୱାଭାବିକ ଅବସ୍ଥାରେ ରହିବା ସହ ଜୁନ୍‌‌ ପରେ ଇଏନ୍‌‌ଏସ୍‌‌ଓ-ଏଲନିନୋ ଅବସ୍ଥାକୁ ଆସିପାରେ। ଏଣୁ ମୌସୁମୀ ଆରମ୍ଭରେ ସ୍ୱାଭାବିକ ଓ ମୌସୁମୀ ମଧ୍ୟଭାଗରୁ ଏଲ୍‌‌-ନିନୋ ରହିବାର ବିଭିନ୍ନ ମଡେଲ୍‌‌ ଆକଳନ କରୁଛନ୍ତି।

Leave A Reply

Your email address will not be published.