ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ରୋଧ ପାଇଁ ଚାଲିଗଲା ପତ୍ନୀର ଜୀବନ: ସ୍ୱାମୀର ମାଡରେ ସ୍ତ୍ରୀ ମୃତ, ସ୍ୱାମୀ ଗିରଫ

ଧର୍ମଶାଳା: ବେଳେ ବେଳେ ମଣିଷର କ୍ରୋଧ ଚରମସୀମାରେ ପହଞ୍ଚିଗଲେ ନିଜ ଉପରେ ସେ ନୟନ୍ତ୍ରଣ ହରାଇବସେ। ଏଥି ପାଇଁ କିଛିନା କିଛି ଅଘଟଣ କରିବସେ। କ୍ରୋଧକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି ଧର୍ମଶାଳା ଥାନା ଅନ୍ତର୍ଗତ ଚାରିବାଟିଆ ଆଦିବାସୀ ପଡ଼ାରେ। ସ୍ୱାମୀଙ୍କ ଅତ୍ୟଧିକ କ୍ରୋଧରୁ ଜଣେ ମହିଳାଙ୍କ ଜୀବନ ଯାଇଛି। ଜନୈକ ସ୍ୱାମୀର ମାଡରେ ଗତ କିଛି ଦିନ ତଳେ ଆହତ ହୋଇଥିବା ପତ୍ନୀର ସୋମବାର ଦିନ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ସ୍ୱାମୀକୁ ଗିରଫ କରିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପଡ଼ାର ରବି ମୁଣ୍ଡା(୪୦) ତାର ପତ୍ନୀ କୋଇଲି ମୁଣ୍ଡା (୩୩)ଙ୍କ ମଧ୍ୟରେ ଗତ ୯ ତାରିଖରେ କଳିଗୋଳ ଲାଗିଥିଲା। ଏଥିରେ ଉତକ୍ଷିପ୍ତ ହୋଇଯାଇ ରାଗି ଯାଇ ରବି ଠେଙ୍ଗାରେ ପ୍ରବଳ ଭାବରେ କୋଇଲିକୁ ମାଡ ମାରିଥିଲା। ଏଥିରେ କୋଇଲିର ଶରୀର ପ୍ରତ୍ୟକ ସ୍ଥାନ କ୍ଷତ ହେବା ସହ ମାଡରେ ଜଖମ ହୋଇ ଯାଇଥିଲା। ସେ ବିଛଣାରୁ ସେହି ଦିନରୁ ଉଠିପାରୁ ନଥିଲା। କ୍ରୋଧରୁ ରବି ତାର ଆଦୌ ଚିକିତ୍ସା କରାଇ ନ ଥିଲା। କୌଣସି ସୂତ୍ରରୁ ଖବର ପାଇ ୧୦ ଦିନ ପରେ ରବିବାର ବିଳମ୍ବିତ ରାତ୍ରରେ ପଡୋଶୀ କୋଇଲିକୁ ମୂର୍ମୁଷ ଅବସ୍ଥାରେ ବଡଚଣା ମେଡିକାଲରେ ଭର୍ତ୍ତି କରିବା ସହ ଧର୍ମଶାଳା ପୁଲିସକୁ ଏ ସଙ୍କ୍ରାନ୍ତରେ ଖବର ଦେଇଥିଲେ। ମାତ୍ର ଆଜି ସକାଳେ କୋଇଲିର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ମୃତ୍ୟୁ ଘଟିଥିଲା। ଥାନା ଅଧିକାରୀ ସରୋଜ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିବା ସହ ରବିକୁ ଥାନାକୁ ଆଣିଥିଲେ। ପୁଲିସ ଏହି ଘଟଣାରେ ୩୮୦/୨୧ରେ ମାମଲା ରୁଜୁ କରି ସ୍ୱାମୀ ରବି ମୁଣ୍ଡାକୁ ଗିରଫ କରିଛି। ବଡଚଣା ଠାରେ ଶବ ବ୍ୟବଚ୍ଛେଦ କରାଯାଇଛି। ଅତ୍ୟଧିକ ହାଣ୍ଡିଆ ପିଇ ଉତ୍ତ୍ୟକ୍ତ ଅବସ୍ଥାରେ ରବି ଏହି କାଣ୍ଡ ଘଟାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ତାଙ୍କର ୩ଟି ପିଲା ଥିବା ଜଣାଯାଇଛି।

Leave A Reply

Your email address will not be published.