ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ତ୍ରୀର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କଲେ ସ୍ୱାମୀ

ଭୁବନେଶ୍ୱର : ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ। ବାହାଘରର ଚତୁର୍ଥୀ ରାତିରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ଭାଇରାଲ କରିବା ନେଇ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ନଶୁଣିବାରୁ ପତ୍ନୀ ପୁଲିସ କମିସନରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବାଙ୍କି ଥାନା ତୁଳସୀପୁରର ଅମିତ କୁମାର ରାଉତଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ପତ୍ନୀ। ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ଯୌତୁକ ଟଙ୍କା ମାଗି ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। ଏନେଇ ମହିଳା ଜଣଙ୍କ ନ୍ୟାୟ ପାଇଁ ମହିଳା ଥାନା ଦୌଡିଥିଲେ ମଧ୍ୟ ନିରାଶ ହୋଇଥିଲେ।

Leave A Reply

Your email address will not be published.