ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆମେରିକା ଏକ ମାଫିଆ, ୟୁକ୍ରେନକୁ ଫସାଇଦେଲା : ଇରାନ

ତେହରାନ : ରୁଷର ୟୁକ୍ରେନ ଆକ୍ରମଣ ପରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହାକୁ ନେଇ ଇରାନ ଆମେରିକାକୁ ତୀବ୍ର ସମାଲୋଚନା କରିଛି। ଇରାନର ସର୍ବୋଚ୍ଚନ ନେତା ଅୟାତୁଲ୍ଲା ଅଲି ଖାମନେଇ ଆମେରିକାକୁ ମାଫିଆ କହିଛନ୍ତି। ଏହି ମାଫିଆ ୟୁକ୍ରେନକୁ ଫସାଇ ଦେଇଛି। ୟୁକ୍ରେନ ଆମେରିକା ଦ୍ବାରା ସୃଷ୍ଟି ହୋଇଥିବା ସଙ୍କଟର ଶିକାର ହୋଇଛି। ଇରାନ ୟୁକ୍ରେନରେ ଯୁଦ୍ଧ ଶେଷ ହେଉ ବୋଲି ଚାହୁଁଛି। କିନ୍ତୁ ଏହା ସହିତ ଯୁଦ୍ଧର ମୂଳକୁ ମଧ୍ୟ ଦେଖାଯିବା ଉଚିତ। ଆମେରିକା ଉପରେ ଭରଷା କରିବା ଅନୁଚିତ ବୋଲି ୟୁକ୍ରେନ ସଙ୍କଟ ଶିକ୍ଷାଦେଇଛି। ଆମେରିକାର ମାଫିଆ ଶାସନ ସାରା ବିଶ୍ବ ପାଇଁ ସଙ୍କଟ ସୃଷ୍ଟି କରୁଛି। ଖାମନେଇ ଆଇଏସଆଇସର କଥା ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଅନ୍ୟଦେଶଗୁଡିକ ଏଥିରେ କିଭଳି ସାମିଲ ହୋଇଯାଆନ୍ତି କହିଥିଲେ। ତେବେ ଖାମନେଇ ନିଜ ଭାଷଣରେ ରୁଷ କଥା ଉଲ୍ଲେଖ କରିନଥିଲେ। ପାଶ୍ଚାତ୍ୟା ରାଷ୍ଟ୍ର ଉପରେ ଭରଷା କରାଯାଇପାରେ ନାହି ବୋଲି ସାରା ବିଶ୍ବର ସରକାର ଏବଂ ଲୋକ ୟୁକ୍ରେନ ସଙ୍କଟରୁ ଶିକ୍ଷାଗ୍ରହଣ କରିବା ଉଚିତ।

Leave A Reply

Your email address will not be published.