ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନଦୀରେ ବୁଡ଼ିଯାଉଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ସାହାସିକତାର ପରିଚୟ ଦେଲେ ଦୁଇଭାଇ

ଡେରାବିଶ: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଧିନସ୍ଥ ଇନ୍ଦାଳୋ ପଞ୍ଚାୟତ ବାଲିସାହି ଦେଇ ଯାଇଥିବା କରାଣ୍ଡିଆ ନଦୀରେ ଆଜି ଜଣେ ବୃଦ୍ଧା ଭାସିଯାଉଥିବା ବେଳେ ବାଲିସାହି ଗ୍ରାମର ଦୁଇଭାଇ ଗଭୀର ନଦୀ ମଧ୍ୟରୁ ଉଦ୍ଧାର କରି ନିଜର ସାହାସିକତାର ପରିଚୟ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗରଦପୁର ବ୍ଳକ ବଙ୍ଗାଳପୁର ପଂଚାୟତ ଶିଶୁଆ ଗ୍ରାମର ଗନ୍ଧର୍ବ ବେହେରାଙ୍କ ସ୍ତ୍ରୀ ସାବିତ୍ରୀ (୭୫) କରାଣ୍ଡିଆ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ନଦୀରେ ଗୋଡ଼ ଖସିଯାଇଥିଲା । ସେ ନଦୀରେ ବୁଡ଼ି ଭାସି ଯାଉଥିବା ବେଳେ ନଦୀ ଆରପଟେ ଥିବା ବାଲିସାହି ଗ୍ରାମର ୱାର୍ଡ଼ସଭ୍ୟ ରମେଶ ବେହେରା ଓ ତାଙ୍କ ଭାଇ ଉମେଶ ନଦୀମଧ୍ୟକୁ ଯାଇ ସାବିତ୍ରୀଙ୍କୁ ଉଦ୍ଧାର କରି ନଦୀକୂଳକୁ ଆଣିଥିଲେ । ରମେଶ ଓ ଉମେଶଙ୍କ ଏଭଳି ଦୁଃସାହାସିକ ପଦକ୍ଷେପକୁ ଦେଖିବା ପାଇଁ ନଦୀବନ୍ଦରେ ଶହଶହ ଲୋକ ଜମା ହୋଇଥିଲେ । ତେବେ ଏଭଳି ସାହାସିକତା ଦେଖାଇଥିବା ଦୁଇଭାଇଙ୍କୁ ଇନ୍ଦାଳୋ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ବେହେରା, ପୂର୍ବତନ ସରପଞ୍ଚ ଅଶ୍ୱିନୀ ମହାନ୍ତି, ଯୁବସମାଜସେବୀ ପ୍ରଶାନ୍ତ ସାମନ୍ତରାୟ, ସମବାୟବିତ୍ ସୁଧାଂଶୁ ଭୂଷଣ ସାମନ୍ତରାୟ ଓ କେଦାର ମହାନ୍ତିଙ୍କ ସମେତ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି । ଉଦ୍ଧାର ହୋଇଥିବା ସାବିତ୍ରୀ ଏବେ ସୁସ୍ଥ ଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.