ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ର-ରାଜ୍ୟ ମଧ୍ୟରେ ଚୁକ୍ତି, ଖୁବଶୀଘ୍ର ନବରଙ୍ଗପୁରକୁ ଗଡ଼ିବ ରେଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ପୂରଣ ହେବାକୁ ଯାଉଛି ନବରଙ୍ଗପୁର ଜିଲ୍ଲାର ବହୁ ଦିନର ସ୍ୱପ୍ନ । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲା ସ୍ୱାଧୀନତାର ୭୪ ବର୍ଷ ପରେ ପାଇବ ରେଳ ସେବା । କେନ୍ଦ୍ର ସରକାରଙ୍କ ସହ ଚୁକ୍ତି ପରେ ମାଗଣା ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ ପ୍ରକ୍ରିୟା । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାକୁ ରେଳ ଲାଇନ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଛି ।

ପ୍ରକଳ୍ପ ପାଇଁ ୭ଶହ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ମାଗଣା ଜମି ସହ ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ସରକାରଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜିଲ୍ଲାବାସୀ ।

ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ ପ୍ରକ୍ରିୟା । ଜିଲ୍ଲାର ୫୫ ଜଣ ଚାଷୀଙ୍କ ଠାରୁ ୪୫.୮୦ ଏକର ଜମି ଅଧିଗ୍ରହଣ କରାଯିବ । ତେଣୁ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ନନ୍ଦାହାଣ୍ଡା ବ୍ଲକର ସିନ୍ଧିଗୁଡା ଓ ନବରଙ୍ଗପୁର ମ୍ୟୁନିସିପାଲିଟିରେ ଚାଷୀଙ୍କ ସହ ଆଲୋଚନା ହୋଇଛି । ଜମି ହରାଇଥିବା ଲୋକଙ୍କୁ ଜମିର ଦୁଇଗୁଣା ସହ ୧୨ ପ୍ରତିଶତ ସୁଧ ହାରରେ ଟଙ୍କା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଛନ୍ତି ଚାଷୀ ।

Leave A Reply

Your email address will not be published.