ଦୋକାନରୁ ଚୋରି ଉଦ୍ୟମ, ଚୋରଙ୍କୁ କାବୁ କଲେ ଗ୍ରାମବାସୀ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ପଡିଆପଶି ଛକରେ ଥିବା ଏକ ଦୋକାନର ଆଜବେଷ୍ଟସ ଭାଙ୍ଗି ଚୋରି କରୁଥିବା ସମୟରେ ଗ୍ରାମବାସୀଙ୍କ ହାତରେ ଦୁଇ ଜଣ ଯୁବକ ଧରାପଡ଼ିଛନ୍ତି । ରାତି ପାଖାପାଖି ଗୋଟାଏ ସମୟରେ ଦୋକାନର ଆଜବେଷ୍ଟସ ଭାଙ୍ଗି ଚୋରି କରୁଥିବା ସମୟରେ ଗ୍ରାମବାସୀ ଚୋରଙ୍କୁ କାବୁ କରି ତୁରୁମୁଙ୍ଗା ପୁଲିସକୁ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଦୁଇ ଚୋରଙ୍କୁ କାବୁ କରିବା ସମୟରେ ଚୋରଙ୍କ ଛୁରା ମାଡ଼ରେ ତୁରୁମୁଙ୍ଗା ଥାନା ଏ.ଏସ.ଆଇ ବିଜୟ କୁମାର ଖଟୁଆ ଆହତ ହୋଇଛନ୍ତି । ଦୁଇ ଚୋର ହେଲେ ଦୁଆଘାଟ ଗ୍ରାମର ସ୍ମୃତି ରଞ୍ଜନ ଭୂୟାଁ(୨୧) ଓ ସରୋଜ କୁମାର ରାଉତ(୨୭) ଉଭୟଙ୍କୁ ପୁଲିସ ଗିରଫ କରି ଘଟଣାର ତଦନ୍ତ ଚଳାଇଛି ।

Leave a comment
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications