ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚୋର ଚୋରିକଲା, ଚପଲ ଛାଡ଼ିଗଲା

ବାଲିଅନ୍ତା : କିଛିଦିନର ବ୍ୟବଧାନ ପରେ ପୁଣି ବିଳମ୍ବିତ ରାତିରେ ବାଳକାଟି ଅଞ୍ଚଳରେ ମାତିଲେ ଚୋର ତେଜରାତି ଦୋକାନର କବାଟ ତାଡ଼ି ଲୁଟିନେଲେ ନଗଦ ଟଙ୍କା। କିନ୍ତୁ ଭୋଲାମନ ଚୋର ଚୋରି କରିବା ପରେ ଦୋକାନ ଆଗରେ ଚପଲ ହଳକୁ ଛାଡ଼ି ଯାଇଛି। ଯାହାକୁ ନେଇ ପୁଲିସ ଏବେ ତଦନ୍ତ ଆରମ୍ଭ କରିଛି । ପ୍ରାପ୍ତ ଖବର ଅନୁଯାୟୀ ବାଳକାଟି ଅଞ୍ଚଳର ମାହାଲ ସାହିର ପୂର୍ଣ୍ଣଚନ୍ଦ୍ର ସାହୁଙ୍କର ସେହି ଗ୍ରାମରେ ଏକ ତେଜରାତି ଦୋକାନ ଅଛି । ପୂର୍ଣ୍ଣଚନ୍ଦ୍ର ରାତିରେ ଦୋକାନ ତାଲା ପକାଇ ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଦୋକାନର କବାଟ ତାଡିବା ସହିତ ତାଲା ଭାଙ୍ଗି ଦୋକାନ ଭିତରେ ପଶି ଡ୍ର ଭିତରେ ଥିବା ନଗଦ ଦଶ ହଜାର (୧୦,୦୦୦) ଟଙ୍କା ଲୁଟି ନେବା ସହିତ ଦୋକାନରେ ଥିବା ଆସବାବପତ୍ର ଏଣେତେଣେ ଫିଙ୍ଗି ଦେଇ ଯାଇଥିଲେ। ସକାଳେ ଗ୍ରାମର ଲୋକ ଦେଖୁ ଦୋକାନ କବାଟ ଭଙ୍ଗା ଯାଇଥିବାର ନେଇ ପୂର୍ଣ୍ଣଚନ୍ଦ୍ରଙ୍କୁ ଖବର ଦେଇଥିଲେ। ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚପଲକୁ ନେଇ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.