ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାନ୍ଥ କଣା କରି ବ୍ୟାଙ୍କ ଭିତରେ ପଶିଲେ ଚୋର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡମଣ୍ଡଳ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଥିବା ଜଣା ପଡ଼ିଛି । ବିଲମ୍ବିତ ରାତିରେ ବ୍ୟାଙ୍କ ପଛପାଖ କାନ୍ଥ ଖୋଳି ଭିତରକୁ ଚୋର ପଶିବା ପରେ ଲକର କାଟିବାକୁ ଚେଷ୍ଟା କରିଥିଲେ। ଏଥିରେ ବିଫଳ ହୋଇଥିବା ବେଳେ ଅନ୍ୟ ଆଲମୀରା, ଡ୍ରୟର ଆଦି ଭାଙ୍ଗି ଦେଇଥିଲେ। ତେବେ ଟଙ୍କା ନେଇ ନ ପାରି ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଇଥିବା ବେଳେ ଆଜି ସକାଳେ ବ୍ୟାଙ୍କ କର୍ମଚାରୀମାନେ ବ୍ୟାଙ୍କ ଖୋଲିବା ପରେ ଚୋରି ଉଦ୍ୟମ ହୋଇଥିବା ଜାଣି ପାରିଥିଲେ । ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଛେଣ୍ଡିପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରୁଛି। ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଆସିବା ପରେ ଆହୁରୀ ଅଧିକ ତଦନ୍ତ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.