ଚୋରି କରିବାକୁୁ ଆସି ଶୋଇପଡ଼ିଲା ଚୋର, ପିସିଆରକୁ ଡାକି ହସ୍ତାନ୍ତର କଲେ ଘର ମାଲିକ

ପୁରୀ : ଚୋରି କରିସାରି ବିଳମ୍ବିତ ରାତିରେ ଘର ଆଗରେ ନିଘୋଡ ନିଦରେ ଶୋଇ ପଡ଼ିଲା ଚୋର। ସକାଳେ ଘର ମାଲିକ ଦେଖିବା ପରେ  ତା’ଠାରୁ ଚୋରି ସାମଗ୍ରୀ ଜବତ କରି ପିସିଆର୍‌କୁ ଫୋନ୍ କରିଥିଲା। ପିସିଆର୍ ପହଞ୍ଚି ଚୋରକୁ ଥାନାକୁ ନେଇଛି। ଏପରି ଘଟଣା ଘଟିଛି ପୁରୀ ଟାଉନ୍ ଥାନା ଅଞ୍ଚଳରେ। ଯାହା  ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ବିଳମ୍ବିତ ରାତିରେ ଜଣେ ନିଶାଖୋର ଚୋର ବିଭିନ୍ନ ସ୍ଥାନରୁ ସାଇକେଲ ସହ କିଛି ମୋବାଇଲ ଚୋରି କରିଥିଲା। ଟାଉନ ଥାନା ଅଧିନ ବାଳିକା ବିଦ୍ୟାଳୟ ନିକଟସ୍ଥ ଜଣଙ୍କ ଘରୁ ଚୋରି କରିବା ପରେ ଅତ୍ୟଧିକ ନିଶା ଯୋଗୁ ତାଙ୍କ ଘର ସାମ୍ନାରେ ଶୋଇ ପଡ଼ିଥିଲା ଘର ମାଲିକ ସକାଳୁ ଉଠି  ୩ଗୋଟି ମୋବାଇଲ ନଥିବା ଦେଖିଥିଲେ। ଉକ୍ତ ଫୋନକୁ କଲ କରିବାରୁ ଶୋଇଥିବା ବ୍ୟକ୍ତି ନିକଟରେ ରିଙ୍ଗ ହୋଇଥିଲା । ଚୋର ନିକଟରୁ ମୋବାଇଲ ଫୋନ ଉଦ୍ଧାର କରି ପିସିଆର ଭ୍ୟାନକୁ ଖବର ଦେଇଥିଲେ। । ପିସିଆର ଭ୍ୟାନ ପହଞ୍ଚି ତାଠାରୁ ଆଉକିଛି ଓ ଚୋରି ଜିନିଷ ଜବତ କରି ଥାନାକୁ ହସ୍ତାନ୍ତର କରିଥିଲା । ତାକୁ ଅଟକ ରଖି ପଚରାଉଚରା ଓ ଚାଲିଥିବା ଟାଉନ ଥାନାଧିକାରୀ ଗୋକୁଳ ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Leave a comment