ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ଯରେ ପୁଣି ବଢ଼ିବ ତାତି

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ଆରମ୍ଭ ହେବ। କିଛି ଦିନ ହେବ ତାତିରୁ ସାମାନ୍ୟ ଆସ୍ୱସ୍ତି ମିଳିଥିବା ବେଳେ ପୁଣି ପାରଦ ଉପରକୁ ଉଠିବ। ୮ ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ି଼ିବା ହେତୁ କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଦେଖାଯିବାର ସମ୍ଭାବନା ରହିଛି। ଅନ୍ୟପଟେ ଏହାପରେ ଅର୍ଥାତ ୯ ତାରିଖଠାରୁ ପୁଣି କାଳବୈଶାଖୀ ଯୋଗୁଁ ତାତି କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଗତ ୨-୩ ଦିନ ହେବ ଲାଗି ରହିଥିବା କାଳବୈଶାଖୀ ବର୍ଷା ମଙ୍ଗଳବାରଠାରୁ ବନ୍ଦ ହେବ। ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଖରାଟିଆ ପାଗ ରହିବାକୁ ଥିବାରୁ ତାପମାତ୍ରା ବୃଦ୍ଧିପାଇବ। ଅନ୍ୟପଟେ ସୋମବାରଠାରୁ କିଛି ଅଞ୍ଚଳରେ ତାପମାତ୍ରା ବଢ଼ି଼ିବା ଆରମ୍ଭ ହୋଇଛି। ରବିବାର ରାଜ୍ୟର କୌଣସି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପି ନ ଥିବା ବେଳେ ସୋମବାର ରାଜ୍ୟର ସୁନ୍ଦରଗଡ଼ଠାରେ ତାପମାତ୍ରା ୪୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଏହା ସହିତ ବଲାଙ୍ଗିରରେ ୪୦.୫ ଓ ଝାରସୁଗୁଡ଼ା, ସମ୍ବଲପୁର, ଟିଟଲାଗଡ଼ ଏବଂ ମାଲକାନଗିରି ଆଦିରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ଫସିୟସ ରେକର୍ଡ ହୋଇଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‍ଆର ବିଶ୍ୱାସ କହିଛନ୍ତି ଯେ ୬ ଓ ୭ ତାରିଖ ପାଗ ଶୁଖିଲା ରହିବ। କିନ୍ତୁ ୮ରେ ହାଲ୍‍କା ବର୍ଷା ହୋଇପାରେ। ୯ ତାରିଖରେ ଏହା ଆହୁରି ବୃଦ୍ଧି ପାଇବ। ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଓ ଗଞ୍ଜାମରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ପ୍ରଭାବ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ବୋଲି ଡ. ବିଶ୍ୱାସ କହିଛନ୍ତି।

Leave A Reply

Your email address will not be published.