ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାକିସ୍ତାନକୁ ତାଲିବାନ୍‍ର କଡ଼ା ଚେତାବନୀ ; ଆମ ଧୈର୍ଯ୍ୟର ପରୀକ୍ଷା ନିଅନି

କାବୁଲ୍‍ : ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନର ଦକ୍ଷିଣ-ପୂର୍ବ ଖୋସ୍ତ ଓ କୁନାର ପ୍ରଦେଶରେ ବିମାନ ଆକ୍ରମଣ କରାଯାଇ ୪୦ ସାଧାରଣ ଲୋକଙ୍କୁ ହତ୍ୟା କରାଯିବା ପରେ ତାଲିବାନ୍‍ ପକ୍ଷରୁ ପାକିସ୍ତାନକୁ ରବିବାର କଡ଼ା ଚେତାବନୀ ଦିଆଯାଇଛି। ତାଲିବାନ ମୁଖପାତ୍ର ତଥା ଉପମନ୍ତ୍ରୀ ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ବିମାନ ଆକ୍ରମଣ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କିଛି ସ୍ପଷ୍ଟ କରୁନି। ବିମାନରେ ବୋମା ମାଡ଼ କରାଯାଇ ନିରୀହ ଲୋକଙ୍କୁ ହତ୍ୟା କରାଯାଇଛି। ପାକିସ୍ତାନ ଆମର ଧୈର୍ଯ୍ୟ ପରୀକ୍ଷା ନ କରୁ। ନ ହେଲେ ପରିଣାମ ଭୟଙ୍କର ହେବ ବୋଲି ତାଲିବାନ ମୁଖପାତ୍ର ଚେତାବନୀ ଦେଇଛନ୍ତି।

ଆମେ କୁଟନୈତିକ ସ୍ତରରେ ସବୁ ସମସ୍ୟାର ସମାଧାନ କରିବାକୁ ଆଗ୍ରହୀ ଥିବାବେଳେ ପାକିସ୍ତାନର ଏଭଳି ଆଚରଣ କେବେହେଲେ ଗ୍ରହନୀୟ ନୁହେଁ। ଏଭଳି ଆଚରଣ ଦୁଇଦେଶ ମଧ୍ୟରେ ହିଂସାକାଣ୍ଡ ବୃଦ୍ଧିକରିବ। ଏହା କୌଣସି ଦେଶପ୍ରତି ଶୁଭଙ୍କର ହେବନାହିଁ। ପାକିସ୍ତାନର ଏଭଳି ପୁନଃ ଆକ୍ରମଣ ଭୟଙ୍କର ପରିଣାମକୁ ଡାକିଆଣିବ ବୋଲି ଜବିହୁଲ୍ଲା ମୁଜାହିଦ ଚେତାବନୀ ଦେଇ କହିଛନ୍ତି। ପ୍ରକାଶଥାଉ କି, ଶନିବାର ତାଲିବାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିମାନରୁ ବୋମାମାଡ଼ ହେବା ଦେଇ କାବୁଲସ୍ଥିତ ପାକିସ୍ତାନର ଆଫଗାନ ଦୂତାବାସକୁ ସମନ୍‍ ଜାରି କରାଯାଇଥିଲା।

Leave A Reply

Your email address will not be published.