ସାଇବର ଠକେଇର ଶିକାର ହେଲେ ମିଠା ଦୋକନୀ: ଦୋକାନୀଙ୍କୁ ଆନ୍ଧ୍ରରୁ ଆସିଲା ନୋଟିସ, ୭୨ ଲକ୍ଷ ଟଙ୍କାର ଟିକସ ଫାଙ୍କିବା ନେଇ ଆକାଉଣ୍ଟ ହେଲା ଫ୍ରିଜ

ଭଦ୍ରକ: ମିଠା ଦୋକାନୀଙ୍କୁ ଆନ୍ଧ୍ର ସରକାରଙ୍କ ଜିଏସଟି ବିଭାଗର ନୋଟିସ । ୭୨ଲକ୍ଷ ଟଙ୍କାର ଟିକସ ଫାଙ୍କି ଥିବା ନେଇ ନୋଟିସ ଲାଗିଛି । କିନ୍ତୁ ଆଶ୍ଚର୍ଯ୍ଯ ର କଥା ଯେଉଁ ଫାର୍ମ ନାଁ ରେ ନୋଟିସ ଦିଆଯାଇଛି , ସେହିଭଳି କୌଣସି ଦୋକାନ କିମ୍ବା କମ୍ପାନୀ ଥିବା ଜାଣି ନାହାନ୍ତି ଦୋକାନୀ ଜଣଙ୍କ । ତେବେ ତାଙ୍କର କାଗଜପତ୍ରକୁ ଜାଲି କରି କେହି ଟିକସ ଫାଙ୍କି ଥିବା ନେଇ ଥାନା ର ଦ୍ୱାରସ୍ଥ ହୋଇଛନ୍ତି ଦୋକାନୀ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଠାର ଅଞ୍ଚଳର ମିଠା ଦୋକାନୀ ଅଭିଜିତ ପୁଣ୍ଟିଆ । ଅଭିଜିତଙ୍କର କୋଠାର ଛକରେ ଏକ ମିଠା ଦୋକାନ ଅଛି। ତେବେ ଅଭିଜିତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଜ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଆନ୍ଧ୍ର ପ୍ରଦେଶ ସରକାରଙ୍କ ବିକ୍ରିକର ବିଭାଗ ତରଫରୁ ଅସୁରାଳି ୟୁକୋ ବ୍ୟାଙ୍କକୁ ଏକ ନୋଟିସ ଆସିଥିଲା । ଯେଉଁଥିରେ ଅଭିଜିତ ଟ୍ରେଡର୍ସ ଓ ପ୍ରିୟା ଏଣ୍ଡ କୋ ନାମକ କମ୍ପାନୀ ନାଁ ରେ ୭୨ ଲକ୍ଷ ୧୯ ହଜାର ୬୨୮୬ ଟଙ୍କା ର ଟ୍ୟାକ୍ସ ଫାଙ୍କିଥିବା ନେଇ ବ୍ୟାଙ୍କକୁ ଆନ୍ଧ୍ରପ୍ରଦେଶ ଜିଏସ୍ଟି ବିଭାଗ ଅବଗତ କରିଛି । ତେବେ ବ୍ୟାଙ୍କ ଅଭିଜିତଙ୍କ ବ୍ୟାଙ୍କ ଖାତାକୁ ସିଜ କରିଥିବା ବେଳେ ଅଭିଜିତ କହିଛନ୍ତି ଯେ ସେ କିଛି ଜାଣି ନାହାନ୍ତି । ଗାଁ ଛକରେ ମିଠା ଦୋକାନ କରିଥିବା ବେଳେ କିଏ ଜିଏସ୍ଟି ଆକାଉଣ୍ଟ ଖୋଲିଛି ସେ କଥା ମଧ୍ୟ ଜାଣିନାହାନ୍ତି। ତେବେ ତାଙ୍କ କାଗଜପତ୍ରକୁ ଜାଲ କରି କେହି ଠକିଥିବା କହିଛନ୍ତି ଅଭିଜିତ । ଏନେଇ ସେ ଯାଜପୁର ସ୍ଥିତ ଜିଏସଟି ଅଫିସ ଯାଇ ସାଇବର କ୍ରାଇମର ଶିକାର ହୋଇଥିବା ଜାଣିଛନ୍ତି । ତେବେ ଏନେଇ ଅଭିଜିତ ଧୂସୁରି ଥାନାରେ ଲିଖିତ ଏତଲା ଦେଇଛନ୍ତି ଓ ଚଞ୍ଚକତାର ଶିକାର ହୋଇଥିବାରୁ ସତ୍ୟାସତ୍ୟ ଯାଞ୍ଚ ନେଇ ମଧ୍ୟ ଅନୁରୋଧ କରିଛନ୍ତି ।

Leave a comment