ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାୟୁ ପ୍ରଦୂଷଣକୁ ନେଇ କେନ୍ଦ୍ରକୁ ତାଗିଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ନିଶ୍ୱାସରେ ବିଷ । ଅସହ୍ୟ ହୋଇ ପଡ଼ିଲାଣି ଜୀବନ । ଦୀପାବଳି ପରେ ଦିଲ୍ଲୀ-ଏନସିଆରରେ ବଢ଼ିଥିବା ପ୍ରଦୂଷଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଦୂଷଣ ସମ୍ବନ୍ଧିତ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ‘ଆପଣ କୃଷକଙ୍କୁ ଦାୟୀ କରୁଛନ୍ତି । ଏହା କେବଳ ୪୦ ପ୍ରତିଶତ । ଦିଲ୍ଲୀ ଲୋକଙ୍କ ଜୀବନ ସୁନିଶ୍ଚିତ କରିବା ପାଇଁ ଆପଣ କ’ଣ ପଦକ୍ଷେପ ନେଇଛ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ପ୍ରଧାନ ବିଚାରପତି ଏନ.ଭି. ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଅଛନ୍ତି । ନଡ଼ା ନଷ୍ଟ କରିବା ପାଇଁ କୃଷକଙ୍କୁ କାହିଁକି ମାଗଣାରେ ମେସିନ୍ ଦିଆଯାଇ ନାହିଁ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ ।

କୋର୍ଟ କହିଛନ୍ତି, ସ୍ଥିତି ବହୁତ ଖରାପ । ଘରେ ମଧ୍ୟ ମାସ୍କ ଲଗାଇବାକୁ ପଡ଼ୁଛି । କୋର୍ଟ ଆହୁରି କହିଛନ୍ତି ନଡ଼ା ନିଆଁ କଥା କାହିଁକି କହୁଛ ? ଆମକୁ କୁହ ଏକ୍ୟୁଆଇ କେମିତି ୫୦୦ରୁ ୨୦୦ ଅଙ୍କକୁ ଖସିବ । କିଛି ଜରୁରୀ ଉପାୟ ଅବଲମ୍ବନ କରନ୍ତୁ । ଆବଶ୍ୟକ ହେଲେ ଦିଲ୍ଲୀରେ ୨ ଦିନ ଲକଡାଉନ୍ କରନ୍ତୁ । ଭାବନ୍ତୁ ଲୋକେ କେମିତି ରହିବେ ? ତୁରନ୍ତ ଜରୁରୀ ବୈଠକ ଡାକି ନିଷ୍ପତ୍ତି ନିଅନ୍ତୁ । ଏହାକୁ ରାଜନୀତି ଓ ସରକାରୀ ସ୍ତରରେ ଊର୍ଦ୍ଧ୍ୱରେ ଦେଖିବାକୁ ସରକାରଙ୍କୁ କହିଛନ୍ତି କୋର୍ଟ । ୨-୩ ଦିନ ମଧ୍ୟରେ ଏମିତି କିଛି ନିଷ୍ପତ୍ତି ନିଅନ୍ତୁ ଯାହାଦ୍ୱାରା ସ୍ଥିତି ସୁଧୁରିଯିବ ।

Leave A Reply

Your email address will not be published.