ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ କରିବାକୁ ସବୁ ରାଜ୍ୟ ବୋର୍ଡକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜୁଲାଇ ୩୧ ତାରିଖ ସୁଦ୍ଧା ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ କର । ସବୁ ରାଜ୍ୟ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟ ଏବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ୍ କରିଛନ୍ତି । ସେବୁ ରାଜ୍ୟର ବୋର୍ଡକୁ ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ । ସେହିପରି କୋର୍ଟ କହିଛନ୍ତି, ଯେଉଁ ରାଜ୍ୟ ବର୍ତ୍ତମାନ ସୁଦ୍ଧା ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ସ୍ଥିର କରି ନାହାନ୍ତି ସେମାନେ ୧୦ ଦିନ ଭିତରେ ପ୍ରସ୍ତୁତ କରନ୍ତୁ ।

ପୂର୍ବରୁ ସିବିଏସଇ ବୋର୍ଡ ଜୁଲାଇ ୩୧ ତାରିଖ ସୁଦ୍ଧା ପରୀକ୍ଷାଫଳ ଘୋଷଣା କରିବ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲା । ଏହାସହ ମୂଲ୍ୟାୟନ ଫର୍ମୂଲା ବି କହିଥିଲା ସିବିଏସଇ । ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ପରୀକ୍ଷା ଫଳ ଆଧାରରେ ଦ୍ୱାଦଶ ଶ୍ରେଣୀ ଫାଇନାଲ୍ ରେଜଲ୍ଟ ପ୍ରକାଶ ପାଇବ । ସେହିପରି ଆଇସିଏସଇ ବୋର୍ଡ ବି ଜୁଲାଇ ୩୧ ପୂର୍ବରୁ କରାଯିବ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲା ।

Leave A Reply

Your email address will not be published.