ରସିକିଆ ଟେଲର ମାଷ୍ଟର: ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଲୁଟିନେଲେ ଟଙ୍କା ଅଳଙ୍କାର

କେନ୍ଦ୍ରାପଡା: ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ରସିକିଆ ଟେଲର ମାଷ୍ଟର ଲୁଟିନେଲେ ଲକ୍ଷାଧିକ ଟଙ୍କା ଆଉ ସୁନା ଅଳଙ୍କାର। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ଅମୃତମଣୋହିର ଜଗନ୍ନାଥପୁର ଅଞ୍ଚଳରେ । ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ମାସରୁ ଜଗନ୍ନାଥପୁର ଅଞ୍ଚଳର ଜଣେ ବାମନ ଯୁବତୀ ସେହି ଗ୍ରାମକୁ ଟେଲରିଂ ଶିଖିବାକୁ ଯାଉଥିଲେ। ସେହି ଟେଲରରେ ଜଣେ ଯୁବକ ବିଶାଖା ପାତ୍ର ମାଷ୍ଟର ଥିଲେ । କମ ଉଚ୍ଚତା ସମ୍ପର୍ଣ୍ଣ ଯୁବତୀ ଜଣଙ୍କ ବିବାହ ପାଇଁ ପୂର୍ବରୁ ତାଙ୍କ ଘରେ ମନା କରିଥିଲେ। ଟେଲରିଂ ଶିକ୍ଷା ଲାଭ କରି ଦୁଇ ପଇସା ଆୟ କରି ନିଜେ ଚଳିବେ ବୋଲି ଭାବିଥିଲେ। ହେଲେ ଯୁବକ ଜଣଙ୍କ ତାଙ୍କୁ ଜୋର ଜବରଦସ୍ତ ପ୍ରେମ ଜାଲରେ ଫସାଇଥିଲେ। ସମ୍ପର୍କ ରଖି ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ। ଆଉ ଘରୁ ଟଙ୍କା ସୁନା ଅଳଙ୍କାର ଆଣିଲେ ଅଞ୍ଚଳ ଛାଡି ଦୁଇଜଣ କୁଆଡେ ପଳାଇଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯୁବତୀ ଜଣଙ୍କ ରସିକିଆ ମାଷ୍ଟରଙ୍କ କଥାରେ ତାଙ୍କ ଘରୁ ୧୦ଟି ସୁନା ଚେନ, ୯ଟି ସୁନା ମୁଦି, କାନଫୁଲ, ମଙ୍ଗଳସୁତ୍ର, ସୁନା ବ୍ରେସଲେଟ, ୬୦ ହଜାର ନଗଦ ଟଙ୍କା ସହ ଫୋନପେ ରେ ୩୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ । ଏହିସବୁ ଟଙ୍କା ସୁନା ଅଳଙ୍କାର ଟେଲର ମାଷ୍ଟର ନେଲା ପରେ କୁଆଡେ ଫେରାର ହୋଇଗଲେ। ଏନେଇ ବିବାହ କରିବାକୁ ଧାର୍ଯ୍ୟ ହୋଇଥିବା ତାରିଖରେ ଯୁବତୀ ଜଣଙ୍କ ଫୋନ କରିବାରୁ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ବିବାହ ପାଇଁ ଆଉଥରେ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ଖବର ପାଇ ଯୁବତୀ ଜଣଙ୍କ ବିଶାଖାଙ୍କ ଘରକୁ ଯାଇଥିଲେ ହେଲେ ସେଠାରେ ତାଙ୍କୁ ବାମନ ଝିଅ କହି ତଣ୍ଟିଆ ମାରି ବିଦା କରିଦେଇଥିଲେ। ଏହାପରେ ବିଶାଖା କୁଆଡେ ଫେରାର ହୋଇଯାଇଛନ୍ତି। ଶେଷରେ ଯୁବତୀ ଜଣଙ୍କ ବାଧ୍ୟ ହୋଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ୪୮୩/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
Leave a comment