bitcoin
Bitcoin (BTC) 2,352,689.85 2.35%
ethereum
Ethereum (ETH) 158,413.00 2.66%
tether
Tether (USDT) 77.82 0.08%
bnb
BNB (BNB) 24,954.87 2.00%
usd-coin
USD Coin (USDC) 77.97 0.06%
xrp
XRP (XRP) 32.83 1.82%
binance-usd
Binance USD (BUSD) 77.97 0.09%
cardano
Cardano (ADA) 42.13 2.29%
solana
Solana (SOL) 4,074.58 3.71%
dogecoin
Dogecoin (DOGE) 6.71 1.48%

ଆଜିଠୁ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା , ସଂଧ୍ୟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଝଲସିବ ଆଦିବାସୀ ଲୋକକଳା, ପରମ୍ପରା ଓ ସଂସ୍କୃତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମେଳାକୁ ଉଦଘାଟନ କରିବେ । ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୧୦ ଦିନର ଏହି ମେଳାରେ ଚଳିତ ବର୍ଷ ମୋଟ୍‍ ୧୦୦ଟି ଷ୍ଟଲ ପଡ଼ିଥିବା ବେଳେ ଆଇଟିଡିଏ, ମାଇକ୍ରୋ ପ୍ରୋଜେକ୍ଟ, ମିଶନ ଶକ୍ତି, ଓରମାସ, ଟିଡିସିସି ଆଦି ମେଳାରେ ଯୋଗ ଦେଇଛନ୍ତି । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ଆଦିବାସୀ କଳାକାରମାନେ ପାରମ୍ପରିକ କଳା ପ୍ରଦର୍ଶନ କରିବେ । ଆଦିବାସୀ ମେଳାରେ ଜାତୀୟ କ୍ରାଫ୍ଟ ମେଳା ପାଇଁ ସ୍ବତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିଛି ।

ଦେଶର ୧୮ଟି ରାଜ୍ୟରୁ ଆସିବାକୁ ଥିବା କଳାକାରମାନେ କଳାନୈପୂଣ୍ୟ ପ୍ରଦର୍ଶନ ସହ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇବେ । ସେହିପରି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କିନ୍ତୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଆଦିବାସୀ ମେଳାରେ ଆଦିବାସୀମାନଙ୍କ ପାରମ୍ପରିକ ଗୃହ ଦେଖିବାକୁ ମିଳିବ ନାହିଁ । ସେହିପରି ଚଳିତ ଥର ଫୁଡ କୋର୍ଟ ମଧ୍ୟ ହୋଇନାହିଁ । ସୂଚନା ଅନୁସାରେ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଏହି ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆରମ୍ଭ ହୋଇଥାଏ । କିନ୍ତୁ କରୋନା କଟକଣା ପାଇଁ ଚଳିତ ବର୍ଷ ହୋଇପାରିନଥିଲା ।

Leave a comment