ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରା ଛୁଟି ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରା ଛୁଟି ଘୋଷଣା କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ମେ ୫ ତାରିଖ ବୁଧବାର ଠାରୁ ଖରା ଛୁଟି ପାଇଁ ବନ୍ଦ ରହିବ । ଖରା ଛୁଟି ମେ’ ୩୧ ତାରିଖରେ ସରିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ସାଶ୍ୱତ ମିଶ୍ର ସମସ୍ତ ବିଶ୍ୱ ବିଦ୍ୟାଳୟ ସହ ସରକାରୀ ଓ ଘରୋଇ କଲେଜକୁ ଚିଠି ଲେଖିଛନ୍ତି ।
ଖରା ଛୁଟି ସମୟରେ କୌଣସି ଅନଲାଇନ୍ କ୍ଲାସ ଏବଂ ପରୀକ୍ଷା ହେବ ନାହିଁ । ନିଯୁକ୍ତି ପାଇଁ ପୂର୍ବ ନିର୍ଦ୍ଧାରିତ ଭାଇବା ଏବଂ ଇଣ୍ଟରଭ୍ୟୁ ଜାରି ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ।
ଏଥିସହିତ ପଢ଼ନ୍ତୁ