ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ମୁକାବିଲା : ୧୪ ଜିଲ୍ଲା ପାଇଁ ୨୧ ଆଇଏଏସ୍‌ଙ୍କୁ ଦାୟିତ୍ବ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ରାଜ୍ୟରେ ଅଣାୟତ କୋରୋନା ସ୍ଥିତି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବା ସହ ବେକାବୁ ହେଉଛି କରୋନା ମହାମାରୀ। ଆଜି ରାଜ୍ୟରୁ ୨୯୮୯ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୨ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଏହାରି ମଧ୍ୟରେ ରାଜ୍ୟରେ କରୋନାର ସ୍ଥିତିକୁ ଦେଖି ରାଜ୍ୟ ସରକାର ୧୪ ଜିଲ୍ଲା ଓ ସହର ପାଇଁ ୨୧ ଆଇଏଏସଙ୍କୁ ଦାୟିତ୍ବ ଦିଆଯାଇଛି।

Screenshot_1

କୋଭିଡକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ଓ ସହର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ୧୪ ଜିଲ୍ଲା ଓ ସହର ପାଇଁ ଆଇଏଏସଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ । ଅନୁ ଗର୍ଗ ଓ ତିରୁମାଲା ନାୟକଙ୍କୁ ଭୁବନେଶ୍ୱର ସହରର ଦାୟିତ୍ୱ ।ବାଲେଶ୍ୱର, ଭଦ୍ରକ ଦାୟିତ୍ୱରେ ମଧୁସୂଦନ ପାଢୀ ।ବଲାଙ୍ଗିର, ବରଗଡ଼ ଓ ନୂଆପଡ଼ା ପାଇଁ ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରାଙ୍କୁ ଦାୟିତ୍ବ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ପାଇଁ ନିକୁଞ୍ଜ ବିହାରୀ ଧଳଙ୍କୁ ଦାୟିତ୍ବ,, ମୟୂରଭଞ୍ଜ ଓ କେନ୍ଦୁଝର ପାଇଁ ସୁରେନ୍ଦ୍ର କୁମାର, ଶ୍ରୀକାନ୍ତ ପୃଷ୍ଟିଙ୍କୁ ଦାୟିତ୍ବ।

 

Leave A Reply

Your email address will not be published.