ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଡାକିଲେ ବୈଠକ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ। ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ହେବ ନିର୍ବାଚନ।  ଏହାପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ବୈଠକ ଅନୁଷ୍ଠିତ ହେବ ।  ଏହିପ୍ରରିପେକ୍ଷୀରେ  ଆସନ୍ତା ୧୫ରେ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମଧ୍ୟରେ ବୈଠକ ବସିବ । ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ମୁଖ୍ୟ ଶାସନ ସଚିବ ମଧ୍ୟ ଯୋଗଦେବେ । ପଞ୍ଚାୟତ ନିର୍ବାଚନକୁ କିପରି ସୁପରିଚାଳନା କରାଯିବ ସେନେଇ ଡକାଯାଇଥିବା ବୈଠକରେ ଆଲୋଚନା କରାଯିବ। ବୈଠକରେ ମୁଖ୍ୟ ଶାସନ ସଚିବ ଯୋଗଦେବା ସହ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନେ ଯୋଗଦେବେ । କରୋନା ସଂକ୍ରମଣ ଓ ନିର୍ବାଚନ ସମୟରେ କିପରି ଆଇନଶୃଙ୍ଖଳା ପରିସ୍ଥିତିର ସୁବ୍ୟବସ୍ଥା କରାଯିବ । ସେନେଇ ଆଲୋଚନା ହେବ ।

Leave A Reply

Your email address will not be published.