ଫେବୃଆରୀ ୨୪ରେ ଆଗତ ହେବ ରାଜ୍ୟ ବଜେଟ

ଭୁବନେଶ୍ୱର : ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାରେ ବଜେଟ ଅଧିବେଶନ। ଏହି  ଅଧିବେଶନ ଏପ୍ରିଲ ୬ ପର୍ଯ୍ଯନ୍ତ ଚାଲିବ । ଏହାରି ମଧ୍ୟରେ ଫେବ୍ରୁଆରୀ ୨୪ରେ ଆଗତ ହେବ ରାଜ୍ୟ ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ ।

ସୂଚନା ଅନୁଯାୟୀ, ଏହା ଦୁଇଟି ପର୍ଯ୍ଯାୟରେ ଚାଲିବ ବଜେଟ ଅଧିବେଶନ। ଫେବୃଆରୀ ୨୧ରୁ ମାର୍ଚ୍ଚ ୨ ତାରିଖ ଯାଏ ପ୍ରଥମ ପର୍ଯ୍ଯାୟ ଚାଲିବ। ପୁଣି ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଏ ୬ ତାରିଖ ଯାଏ ଦ୍ବିତୀୟ ପର୍ଯ୍ଯାୟ ଚାଲିବ। ଏହାରି ମଧ୍ୟରେ ଫେବୃଆରୀ ୨୪ରେ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ୍‌ ।

Leave a comment