ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମା’ କୁ ବଞ୍ଚାଇବାକୁ ଯାଇ କୂଅକୁ ଡେଇଁଲା ପୁଅ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବଙ୍ଗଲାପଡାରେ ଏକ ଅଭାବନୀୟ ଘଟଣା ଘଟିଛି । କୂଅରେ ପଡି ଯାଇ ଥିବା ମାଁଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ କୂଅରେ ପଡି ଯାଇ ଥିଲେ । ଉଭୟ ମାଁ ଓ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଦମକଳ ବାହିନୀ । ଆଜି ସକାଳେ କୋମନା ବଙ୍ଗଲାପଡାର ୬୬ ବର୍ଷ ବୟସ୍କା ଶଶିପ୍ରଭା ପାଣିଗ୍ରାହି ନିଜ କୂଅ ପାଖରେ ବସି ଥିଲେ । ହଠାତ୍ କୂଅରେ ପଡି ଯାଇ ଥିଲେ । ତତ୍ କ୍ଷଣାତ ତାଙ୍କ ପୁଅ ସତ୍ୟନାରାୟଣ ମାଁଙ୍କୁ ଉଦ୍ଧାର କରିବାକୁ ୨୦ ଫୁଟ୍ ଗଭୀର କୂଅକୁ ଡେଇଁ ପଡି ଥିଲେ । ପରେ କୋମନା ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ମାଁ ଓ ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଉଭୟ ମାଁ ଓ ପୁଅ ସୁସ୍ଥ ଅଛନ୍ତି ।

Leave A Reply

Your email address will not be published.