ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫାଣ୍ଡି ପରିସରରୁ ଜବତ ନରକଙ୍କାଳର ସ୍କେଚ୍ ଜାରି

ଭୁବନେଶ୍ୱର: ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ବେଙ୍ଗଲୁରୁରୁ ନରକଙ୍କାଳର ପ୍ରଥମ ସ୍କେଚ୍ ଆସିଛି । ଏହି ସ୍କେଚ ସର୍ବସାଧାରଣ ସ୍ଥାନରେ ଲଗାଯିବ। ବେଙ୍ଗାଲୁରୁ ଏକ କମ୍ପାନୀ ମୃତ ମହିଳାଙ୍କ ସ୍କେଚ ତିଆରି କରିଛି । ସ୍କେଚରେ ମହିଳା ଜଣକ ବୟସ୍କ ବୋଲି ଜଣାପଡ଼ିଛି । ଅନ୍ୟପଟେ ମାମଲାର ତଦନ୍ତ ଭାର ନେଇଥିବା ମହିଳା ଥାନା ଇନ୍‌ସ୍‌ପେକ୍ଟର ବନୀତା ମହାରଣା ଯାଁଳା ଅଞ୍ଚଳର ୧୨ ଜଣଙ୍କୁ ଜେରା କରିଛନ୍ତି । ଏଥିରେ ୩ ଜଣ ବ୍ୟବସାୟୀ, ଫାଣ୍ଡିର ଦୁଇ ଜଣ କର୍ମଚାରୀ ଓ ସାଧାରଣ ଲୋକ ଅଛନ୍ତି । ବିଭିନ୍ନ ସମୟରେ ଫାଣ୍ଡିକୁ ଅଭିଯୋଗ କରିବାକୁ ଆସିଥିବା କେତେକଙ୍କୁ ସେ ଚିହ୍ନଟ କରିଛନ୍ତି । ଖୁବଶୀଘ୍ର ସେମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି ଜଣାପଡ଼ିଛି ।

ଯାଆଁଳା ଫାଣ୍ଡିରେ ଜବତ ଗାଡିରୁ ମିଳିଥିବା ନରକଙ୍କାଳକୁ ନେଇ ସସପେନ୍ସ ବଢିଥିଲା । ମିଳିଥିବା ନରକଙ୍କାଳ ଜଣେ ମହିଳାଙ୍କର ଜଣାପଡିବା ପରେ ତାଙ୍କ ପରିଚୟ କଣ ସେନେଇ ଖୋଳତାଡ ଚାଲିଥିବା ବେଳେ ଘଟଣାସ୍ଥଳରୁ ଏକ ଲଭ ଲେଟର ମିଳିବା ଘଟଣା ଘଟଣାକୁ ଭିନ୍ନ ମୋଡ ନେଇଥିଲା ।

ସେପଟେ କିଏ ସେହି ମହିଳା, ତାହା ଜାଣିବାକୁ ହାଇଦ୍ରାବାଦକୁ କଙ୍କାଳର ନମୁନା ପଠାଯାଇଥିଲା। ଏଥିସହ ମୃତକଙ୍କ ପରିଚୟ ଜାଣିବା ପାଇଁ ସ୍କେଚ୍ ତିଆରି ହେବ ବୋଲି ପୁଲିସ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ ଯେ, ଏହା ଏକ ସମ୍ବେଦନଶୀଳ ଘଟଣା। ଫେବ୍ରୁଆରୀ ୧୨ରେ ଘଟଣା ଜଣାପଡ଼ିବା ପରେ ପଦକ୍ଷେପ ନେଇଛୁ। ଏହି ଘଟଣାର ତଦନ୍ତ ଭାର ମହିଳା ଥାନାଧିକାରୀଣୀ ବନିତା ମହାରଣାଙ୍କୁ ଦିଆଯାଇଛି। ଏମ୍ସ ଦେଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଯକ୍ଷ୍ମାରେ ମହିଳା ଜଣକଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିବା ଜଣାପଡିଛି ବୋଲି ପୁଲିସ କମିଶନର ପ୍ରେମମିଟ୍ କରି ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ୨୦୧୯ରେ ବେଆଇନ୍ ଗଞ୍ଜେଇ ଚାଲାଣ ମାମଲାରେ ଗଞ୍ଜାମ ପୁଲିସ ମହିନ୍ଦ୍ରା ଗାଡିଟିକୁ ସିଜ୍ କରିଥିଲା। ସେବେଠୁ ଗାଡ଼ିଟି ଯାଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା। ପରିତ୍ୟକ୍ତ ଅବସ୍ଥାରେ ଥିବା ମହିନ୍ଦ୍ରା ଏକ୍ସୟୁଭି ଗାଡି ଭିତରୁ ଏହି କଙ୍କାଳ ଉଦ୍ଧାର ହୋଇଥିଲା। ପରେ ପୁଲିସର ସାଇଣ୍ଟିଫିକ୍ ଟିମ୍ କଙ୍କାଳକୁ ଉଦ୍ଧାର କରି ଏମ୍ସକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

Leave A Reply

Your email address will not be published.