ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୁକ୍ତ ଦୁଇ ନାମଲେଖାଇ ପାରି ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ୨ୟ ସୁଯୋଗ: ସେପ୍ଟେମ୍ବର ୧୦ରୁ ଦ୍ବିତୀୟ ପର୍ଯ୍ଯାୟ ଇ- ଆଡମିଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଦଶମ ବା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛତ୍ରୀ ପ୍ରଥମ ପର୍ଯ୍ଯାୟ ଇ- ଆଡମିଶନ ଭାଗ ନେଇ ପାରି ନ ଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହି ପରିପ୍ରେକ୍ଷୀରେ ରାଜ୍ଯ ସରକାର ସେମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ସୁଯୋଗ ଦେବା ପାଇଁ ଦ୍ବିତୀୟ ପର୍ଯ୍ଯାୟ ଇ- ଆଡମିଶନ ପ୍ରକ୍ରିୟାରେ ନାମ ଲେଖାଇବା ପାଇଁ ଅନ୍ୟ ଏକ ସୁଯୋଗ ପ୍ରଦାନ କରିଛନ୍ତି। ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କ ଚଳିତ ସେପ୍ଟେମ୍ବର ୧୦ରୁ ୨୭ ତାରିଖ ମଧ୍ୟରେ ପୁନର୍ବାର ଆବେଦନ କରିପାରିବେ । ଇଚ୍ଛୁକ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ www.samsodisha.gov.in ଲଗଇନ କରି ସମ୍ପୂର୍ଣ୍ଣ ବିବିରଣୀ ଜାଣିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ।

 

Leave A Reply

Your email address will not be published.