ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଦଳିଲା ପୂର୍ବ ନିର୍ଦ୍ଧାରିତ ସକାଳୁଆ ସ୍କୁଲ ସମୟ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦେଖି ପୁଣି ବଦଳିଲା ପୂର୍ବ ନିର୍ଦ୍ଧାରିତ ସକାଳୁଆ ସ୍କୁଲ ସମୟ। ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ଯନ୍ତ ସ୍କୁଲ ଖୋଲିବ। ସେହିପରି ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ଯନ୍ତ ସ୍କୁଲ ଖୋଲିବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ,  ଖରାକୁ ଦେଖି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ନବମ ଓ ଏକାଦଶ ଶ୍ରେଣୀ ସକାଳ ୭ଟାରୁ ୯ଟା ଯାଏ ଚାଲିବାକୁ ଥିବାବେଳେ ଦଶମ ଓ ଦ୍ୱାଦଶ ଶ୍ରେଣୀ ସକାଳ ୯ଟାରୁ ଦିନ ୧ଟା ଯାଏ ଚାଲିବ ବୋଲି ଗଣଶିକ୍ଷା ଅତିରିକ୍ତ ସଚିବ ଚିଠି କରିଥିଲେ। ହେଲେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦେଖି  ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣି ସ୍କୁଲର ସମୟରେ ପରିବର୍ତ୍ତନ କରାଯାଇଛି।

Leave A Reply

Your email address will not be published.