ଯୁଦ୍ଧ ମୈଦାନକୁ ଓହ୍ଲାଇଲେ ଋଷ ସେନାମୁଖ୍ୟ

କିଭ୍‌ : ଦୁଇ ମାସରୁ ଅଧିକ ସମୟ ହେଲା ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ତେବେ ରୁଷ ଏ ପର୍ଯ୍ୟନ୍ତ ଏହାକୁ ସ୍ବତନ୍ତ୍ର ଅଭିଯାନ କହୁଛି। ଆସନ୍ତା ୯ ତାରିଖରେ ରୁଷ ଔପଚାରିକ ଯୁଦ୍ଧ ଘୋଷଣା କରିପାରେ ବୋଲି ଆମେରିକା ଅଧିକାରୀମାନେ ଦାବି କରିଛନ୍ତି। ରୁଷ ପ୍ରତି ବର୍ଷ ମେ’୯ ତାରିଖକୁ ବିଜୟ ଦିବସ ଭାବେ ପାଳନ କରୁଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏହି ଦିନ ୟୁକ୍ରେନରେ ସାମରିକ ସଫଳତା ପାଇଁ ଯୁଦ୍ଧ ଘୋଷଣା କରିପାରନ୍ତି।

ଆଗାମୀ ଦିନରେ ଯୁଦ୍ଧ ଅଧିକ ଭୟାବହ ହେବ ବୋଲି ଆଶଙ୍କା କରାଯାଉଛି। ରୁଷ ସେନାମୁଖ୍ୟ ଭେଲେରୀ ଗେରୋସିମୋ ଏବେ ଯୁଦ୍ଧ ମୈଦାନକୁ ଓହ୍ଲାଇଛନ୍ତି। କଳେ ବଳେ କୌଶଲେ ୟୁକ୍ରେନ ବିଜୟ ଲାଗି ରୁଷ ଚାହୁଁଛି। ସେନାମୁଖ୍ୟଙ୍କ ଉପସ୍ଥିତିରେ ଯୁଦ୍ଧକୁ ଅଧିକ ତୀବ୍ର କରିବାକୁ ପ୍ରୟାସ କରାଯାଉଛି। ୟୁକ୍ରେନରେ ଘନ ଘନ ଆକ୍ରମଣ ଜାରି ରଖିଛି। ୟୁକ୍ରେନକୁ ଚାରିପଟୁ ଘେରିବା ପାଇଁ କୃଷ୍ଣ ସାଗରରେ ଶକ୍ତିଶାଳୀ ଯୁଦ୍ଧ ଜାହାଜ ମୁତୟନ ହୋଇଛି। ସମୁଦ୍ର ଗର୍ଭରୁ କ୍ଷେପଣାସ୍ତ୍ର ମାଡ଼ କରାଯାଉଛି।

Leave a comment